Categories: ଜାତୀୟ

ହାଥରସ ପୀଡିତାଙ୍କ ପରିବାରକୁ ଭେଟି ଫେରୁଥିବାବେଳେ ଆମ ଆଦମି ପାର୍ଟି ଏମ୍‌ପିଙ୍କ ଉପରକୁ କାଳି ଫୋପାଡିଲେ ଦୁର୍ବୃତ୍ତ

ଲକ୍ଷ୍ନୌ,୫।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାର ଲୋକଙ୍କୁ ସୋମବାର ଆମ ଆଦମି ପାର୍ଟି (ଏଏପି)ର ଏମ୍‌ପି ସଞ୍ଜୟ ସିଂ ଭେଟିଛନ୍ତି। କିଛି ସମୟ ଧରି ପୀଡିତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସଞ୍ଜୟ ଆଲୋଚନା କରିଥିଲେ। ଏହି ସମୟରେ ଆମ ଆଦମି ପାର୍ଟିର କିଛି କାର୍ଯ୍ୟକର୍ତ୍ତା ତାଙ୍କ ସହ ଉପସ୍ଥିତ ଥିଲେ। ତେବେ ପରିବାର ଲୋକଙ୍କୁ ସାକ୍ଷାତ କରି ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସଞ୍ଜୟଙ୍କ ସମେତ ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରକୁ କଳା ଇଙ୍କ ଫିଙ୍ଗିଥିଲେ। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା।

Share