Categories: ଜାତୀୟ

କୋର୍ଟ ପରିସରରେ କନ୍ନଡ ଲେଖକଙ୍କ ଉପରେ କାଳି ମାଡ଼ କଲେ ଓକିଲ

ବେଙ୍ଗାଲୁରୁ, ୪ା୨- ଏକ ମାମାଲର ଶୁଣାଣି ପାଇଁ ବେଙ୍ଗାଲୁରୁସ୍ଥିତ କୋର୍ଟ ଆସିଥିବାବେଳେ କନ୍ନଡ ଲେଖକ କେ. ଏସ୍‌. ଭଗଓ୍ବାନଙ୍କ ଉପରେ କାଳି ମାଡ଼ କରାଯାଇଛି। ଜଣେ ମହିଳା ଓକିଲ କାଳି ମାଡ଼ କରିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ। ହିନ୍ଦୁ ଧର୍ମ ବିରୋଧି ମତାମତ କାରଣରୁ ବହୁ ସମୟରେ ବିବାଦରେ ଘେରି ହୋଇ ରୁହନ୍ତି ଭଗଓ୍ବାନ।

ଜର୍ନାଲିଷ୍ଟ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ ଅନୁଯାୟୀ, ହତ୍ୟାକାରୀର ଟାର୍ଗେଟ ଲିଷ୍ଟରେ ଥିଲେ ଏହି ଲେଖକ। ଗତ କିଛି ବର୍ଷ ହେଲା ତାଙ୍କୁ ସୁରକ୍ଷା ଯୋଗାଇ ଦେଉଛି ପୋଲିସ।

Share