Categories: ଜାତୀୟ

କୃଷକ ନେତା ରାକେଶ ଟିକାଏତଙ୍କ ଉପରକୁ କାଳିମାଡ

ବେଙ୍ଗାଲୁରୁ,୩୦ ।୫: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତଙ୍କ ଉପରକୁ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ କାଳିମାଡ ହୋଇଛି । ସୋମବାର ରାକେଶ ଟିକାଏତ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ପ୍ରେସ କନଫରେନ୍ସ କରିବାର ଥିଲା । ଯେତେବେଳେ ସେ ପ୍ରେସ କନଫରେନ୍ସ କରିବାକୁ ଯାଇଥିଲେ ସେତିକି ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରକୁ କାଳିମାଡ କରିଥିଲେ । ଏହାପରେ କୃଷକ ନେତାଙ୍କ ସମର୍ଥକମାନେ କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଧରି ମାଡ ମାରିଥିଲେ । ପରେ ପରେ କ୍ଲବରେ ହଙ୍ଗାମା ହେବା ସହ ଲୋକେ ପରସ୍ପର ଉପରକୁ ଚୌକି ଫିଙ୍ଗିଥିଲେ ।

ସୂଚନାଯୋଗ୍ୟ ଟିକାଏତ ଏକ ସ୍ଥାନୀୟ ଚ୍ୟାନେଲର ଷ୍ଟିଙ୍ଗ ଅପରେଶନ ଭିଡିଓକୁ ନେଇ ସଫେଇ ଦେବା ଲାଗି ପ୍ରେସ କନଫରେନ୍ସର ଆୟୋଜନ କରିଥିଲେ । ବିଶେଷ ସୂତ୍ରରୁ ମିଳିଥିବାସୂଚନା ଅନୁସାରେ, ଭିଡିଓରେ କର୍ନାଟକର କୃଷକ ନେତା କୋଡିହଲ୍ଲି ଚନ୍ଦ୍ରଶେଖରଙ୍କୁ ଟଙ୍କା ମାଗିବା ସମୟରେ କ୍ୟାମେରାରେ ରେକର୍ଡ କରାଯାଇଥିଲା । ଏହି ଭିଡିଓକୁ ନେଇ ରାକେଶ ଟିକାଏତ ଓ ଯୁଦ୍ଧବୀର ଜନତାଙ୍କୁ ମିଡିଆ ମାଧ୍ୟମରେ ସ୍ପଷ୍ଟ କରିବାକୁ ଚାହୁଁଥିଲେ କି ଏମାନେ ଏଥିରେ ସାମିଲ ନାହାନ୍ତି ଓ କୃଷକଙ୍କ ସହ ଧୋକା କରୁଥିବା କୃଷକ ନେତା କୋଡିହଲ୍ଲି ଚନ୍ଦ୍ରଶେଖରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Share