Categories: ଜାତୀୟ

ଲକ୍‌ଡାଉନ୍‌ରେ ଜେଲ୍‌ରୁ ଘରକୁ ଆସିଥିବା କଏଦି ଆଉ ଫେରୁ ନାହାନ୍ତି

ଫିରୋଜାବାଦ୍‌, ୨୦।୧: ଲକ୍‌ଡାଉନ୍‌ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ବିଭିନ୍ନ ଜେଲ୍‌ରୁ କଏଦିଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲ୍‌ରେ ଭିଡ଼ କମ କରିବା ଲାଗି ଏଭଳି କରାଯାଇଥିଲା। ତେବେ ଏବେ ସମସ୍ୟା ଉପୁଜିଛି। ଘରକୁ ଆସିଥିବା କଏଦି ଆଉ ଜେଲ୍‌କୁ ଫେରୁ ନାହାନ୍ତି। ଉତ୍ତରପ୍ରଦେଶ ଫିରୋଜାବାଦ ଜେଲ୍‌ରେ ଘରକୁ ଆସିଥିବା ୨୪ କଏଦି ଜେଲ୍‌କୁ ଫେରି ନ ଥିବାରୁ ତନାଘନା ଆରମ୍ଭ ହୋଇଛି। ୨୦୨୦ ଏପ୍ରିଲ୍‌ରେ ଜେଲ୍‌ର ୫୦ଜଣ କଏଦିଙ୍କୁ ପାରୋଲରେ ଛଡ଼ାଯାଇଥିଲା। ୨୦୨୦ ନଭେମ୍ବର ୧୫ରେ ପାରୋଲ ସମୟସୀମା ଶେଷ ହେବା ପରେ ୨୬ କଏଦି ଫେରିଥିଲେ। ମାତ୍ର ଅନ୍ୟମାନେ ଫେରି ନ ଥିଲେ। ଫେରି ନ ଥିବା କଏଦିଙ୍କ ମଧ୍ୟରେ ୨୧ ଜଣ ଫିରୋଜାବାଦ୍‌ର ଥିବାବେଳେ ୨ ଜଣ ଏଟା ଏବଂ ୨ ଜଣ ମୈନପୁରର ବାସିନ୍ଦା। ଫେରାର କଏଦିମାନଙ୍କୁ ଗିରଫ କରିବା ଲାଗି ପୋଲିସ ଅଧିକ୍ଷକ ଚିଠି ଲେଖି ସମ୍ପୃକ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।

Share