ଟିକା ନେଲେ ଜରାଶ୍ରମ ଅନ୍ତେବାସୀ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶରେ ଜରାଶ୍ରମ ଅନ୍ତେବାସୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ବୁଧବାର ଟଙ୍କପାଣି ରୋଡ୍‌ ପାଣ୍ଡବନଗରସ୍ଥିତ କ୍ରିଷ୍ଣା ଓଲ୍‌ଡ ଏଜ୍‌ ହୋମ୍‌ର ୪୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଦିଆଯାଇଛି। ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଏହି ଟିକାକରଣ କରାଯାଇଛି।
ଦକ୍ଷିଣ-ପୂର୍ବ ଜୋନ୍‌ ପରିସରରେ ରହିଥିବା ଉକ୍ତ ଜରାଶ୍ରମର ତିନୋଟି କେନ୍ଦ୍ର ଯଥା ଟଙ୍କପାଣି ରୋଡ୍‌୍‌ ନିକଟସ୍ଥ ପାଣ୍ଡବ ନଗର କେନ୍ଦ୍ର, ପୁରୁଣା ଭୁବନେଶ୍ୱରର କେଉଟସାହି ନିକଟସ୍ଥ ଆନନ୍ଦ ଆଶ୍ରମ ଏବଂ ନୂଆଗାଁ ନିକଟସ୍ଥ କେନ୍ଦ୍ରରେ ଟିକାକରଣ ଟିମ୍‌ ପହଞ୍ଚତ୍ ସମସ୍ତ ଅନ୍ତେବାସୀଙ୍କୁ ଟିକା ଦେଇଥିଲେ। ଟିକା ଦେବା ପରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଟିକାକରଣ ସରିବାର ୪୫ ମିନିଟ୍‌ ପର୍ଯ୍ୟନ୍ତ ଟିକାକରଣ ଦଳ ସେଠାରେ ରହି ଅନ୍ୟ କେନ୍ଦ୍ରକୁ ଯାଉଥିଲେ। ନିର୍ଭରଶୀଳ ବୟସରେ ଆମ ପାଖକୁ ଆସି ଟିକା ଦେବା ଏବଂ କୋଭିଡ୍‌ ଭଳି ମହାମାରୀରୁ ଆମକୁ ଦୂରେଇ ରଖିବାର ଯେଉଁ ପଦକ୍ଷେପ ବିଏମ୍‌ସି ପକ୍ଷରୁ ନିଆଯାଇଛି ସେଥିପାଇଁ ଆମେ କୃତଜ୍ଞ। ସରକାରଙ୍କ ଏଭଳି ପଦକ୍ଷେପ ସମାଜର ସମସ୍ତ ବର୍ଗଙ୍କ ହୃଦୟକୁ ଛୁଇଁଛି ବୋଲି ଜଣେ ଅନ୍ତେବାସୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ପ୍ରିୟବ୍ରତ ନନ୍ଦ କହିଛନ୍ତି। । ଟିକାଦାନ ପରେ ସମୁଦାୟ ପ୍ରକ୍ରିୟାକୁ ସଂଯୋଜନା କରୁଥିବା ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ ଅନ୍ତେବାସୀମାନଙ୍କ ସୁସ୍ଥତା ଏବଂ ପରିମଳ ପ୍ରତି ସତର୍କତା ଏବଂ ଜରାଶ୍ରମର ପରିଚ୍ଛନ୍ନତା ଉପରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ନିରନ୍ତର କୋଭିଡ୍‌ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ଏହି ସହଯୋଗ ପାଇଁ କ୍ରିଷ୍ଣା ଓଲ୍ଡଏଜ୍‌ ହୋମ୍‌ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image