Advertisement

ଭିତର ରତ୍ନଭଣ୍ଡାରରେ ପଡ଼ିଥିଲା ୩ ତାଲା: ଜାଣନ୍ତୁ କେମିତି ଖୋଲାଗଲା…

ପୁରୀ,୧୪ା୭: ଦୀର୍ଘ ୪୬ ବର୍ଷ ପରେ ରବିବାର ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନ ୧ଟା ୨୮ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ସେଠାରେ ଥିବା ସୁନା ଅଳଙ୍କାରକ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଛି।

ଏହି କାର୍ଯ୍ୟ ସମାପନ ପରେ ଭିତର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟ୍ରେଜେରୀରୁ ଯେଉଁ ଚାବି ଅଣାଯାଇଥିଲା, ସେଥିରେ ତାଲା ଖୋଲି ନ ଥିଲା। ସରକାରଙ୍କ ଏସଓପି ଅନୁଯାୟୀ, ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ଟି ତାଲା ଭଙ୍ଗା ଯାଇ ଭିତରକୁ ଟିମ୍‌ ଯାଇଥିଲେ। ଭିତର ରତ୍ନଭଣ୍ଡାରରେ ସିନ୍ଦୁକ, ଆଲମାରି ରହିଛି। ସେଥିରେ ମୂଲ୍ୟବାନ ଅଳଙ୍କାର ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share