Advertisement

୯ଟା ୫୧ରେ ଖୋଲିବ ଭିତର ରତ୍ନଭଣ୍ଡାର: ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ,୧୮।୭: ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର। ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜଷ୍ଟିସ ରଥ କହିଛନ୍ତି।

ସେ ଆହୁରି କହିଛନ୍ତି, ଭିତର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ପାଇଁ ଆଜି ଉଦ୍ୟମ କରିବୁ। ଶୁଭବେଳା ୯ଟା ୫୧ରେ ଭିତର ଭଣ୍ଡାରକୁ ଯିବୁ। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସିପାରନ୍ତି। ଭିତର ଭଣ୍ଡାରର ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଗଜପତି ରହିପାରନ୍ତି ବୋଲି ଜଷ୍‌ଟିସ ରଥ କହିଛନ୍ତି।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିବାକୁ ଯାଉଛି। ସକାଳ ୯ଟା ୫୧ର ଶୁଭ ମୁହୂର୍ତ୍ତ ରହିଛି। ତେଣୁ ଏହି ସମୟ ମଧ୍ୟରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ରତ୍ନଭଣ୍ଡାର ତଦାରଖ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ମନ୍ଦିର ପ୍ରବେଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share