ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଛି। ଏହି ନିଷ୍ପାପ ଶିଶୁ ଜଣଙ୍କ ବିଚାରପତିଙ୍କୁ କହିଛନ୍ତି ମୋତେ ମୋ ହାତ ପାଦ ଫେରାଇ ଦିଅନ୍ତୁ ମୁଁ ଦୌଡିବାକୁ ଚାହୁଁଛି ପଢିବାକୁ ଚାହୁଁଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏକ ମାମଲାର ବିଚାର ସମୟରେ ଶୁଶୁଟିର ଗୁହାରି ସତରେ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି। ସୂଚନାଯୋଗ୍ୟ, ୨୦୧୧ରେ ରମନଙ୍କ ଘର ଉପର ଦେଇ ଯାଇଥିବା ୧୧ କେଭି ହାଇ ଭୋଲଟେଜ ବିତ୍ୟୁତ ତା’ର ଲାଗି ସେ ତାଙ୍କର ଗୋଟିଏ ହାତ ଓ ଦୁଇ ଗୋଡ ହରାଇଛନ୍ତି। ଏହାସହ ତାଙ୍କ ଶରୀରର କିଛି ଅଙ୍ଗ କାମ କରିବା ମଧ୍ୟ ବନ୍ଦ କରି ଦେଇଛି। ଏବେ ସେ ହାଇକୋର୍ଟରେ ଗୁହାରି କରିଛନ୍ତି କି ହରିୟାଣା ସରକାର ତାଙ୍କୁ କୃତ୍ରିମ ଅଙ୍ଗ ଦାନ କରନ୍ତୁ। ଏହି ମାମଲାର ଶୁଣାଣି କରି ଏବେ ଏନେଇ ହରିୟାଣା ସରକାରଙ୍କ ଜବାବ ମାଗିଛନ୍ତି କୋର୍ଟ। ଗତବର୍ଷଠାରୁ କୋର୍ଟ ହରିୟାଣା ସରକାରଙ୍କୁ ରମନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବାକୁ କହିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ଏହା ନ ମିଳିବାରୁ ସେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

Share