Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ଅଭିନବ ପଦକ୍ଷେପ

ଭୁବନେଶ୍ୱର,୧୫।୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଆରମ୍ଭ ହୋଇଛି। ଏପରିକି ସ୍ଥାନୀୟ ଉପତ୍ାଦନକାରୀଙ୍କୁ ସଶକ୍ତ କରିବା ଦିଗରେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଥିବାବେଳେ ସ୍ଥାନୀୟ ନିର୍ମାତାମାନଙ୍କ ସହ ଯୋଡ଼ିହେବା ଲାଗି ନିୟମିତ ଭାବେ ବ୍ୟବସାୟ ସମ୍ମିଳନୀ, କାରଖାନା ପରିଦର୍ଶନ ଏବଂ ଭାବ ବିନିମୟ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଶେଷକରି ପରୀକ୍ଷାମୂଳକ ବରାଦ ପ୍ରଦାନ ଜରିଆରେ ସେମାନଙ୍କୁ ପୁଞ୍ଜି ବ୍ୟୟ ଯୋଜନାରେ ସାମିଲ କରାଯାଉଛି ଏବଂ ଉପତ୍ାଦନରେ ଗୁଣାତ୍ମକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ମଧ୍ୟ ସଂଗଠିତ କରିବା ଲାଗି ସେମାନଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଟିପିସିଓଡିଏଲ୍‌ ପକ୍ଷରୁ ମହିଳା ଉଦ୍ୟୋଗୀ ସୁବ୍ରତା ନାୟକଙ୍କ ନେତୃତ୍ୱରେ ପରିଚାଳିତ ମେମର୍ସ ଟେକ୍ନୋଟ୍ରାନ୍ସ ଇଲେକ୍ଟ୍ରିକ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ ସର୍ଭିସେସ୍‌ର ଏକ ନୂଆ ଇନ୍‌ଷ୍ଟ୍ରୁମେଣ୍ଟ ଟ୍ରାନ୍ସଫରମର (ସିଟି ଓ ପିଟି) ଉପତ୍ାଦନ କାରଖାନା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ୨୦୨୧ରେ ମେସର୍ସ ଟେକ୍ନୋଟ୍ରାନ୍ସ ଇଲେକ୍ଟ୍ରିକ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ ସର୍ଭିସେସ୍‌ କାରଖାନାରୁ ଉପତ୍ାଦନ ଆରମ୍ଭ ହୋଇଥିଲା। ଏହା ପରଠାରୁ ସେମାନେ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକଠାରୁ ବିଭିନ୍ନ ଆର୍‌ ଆଣ୍ଡ୍‌ ଡି ତଥ୍ୟ ପାଉଛନ୍ତି। ୩୩କେଭି ଗ୍ରେଡ୍‌ ପର୍ଯ୍ୟନ୍ତ ସିଟି ଓ ପିଟିର ବହୁ ପରୀକ୍ଷାମୂଳକ ବରାଦ ଦେଇ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ କମ୍ପାନୀକୁ ସହଯୋଗ ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କ ପରିଚାଳନା, ନିରାପତ୍ତା, ଗୁଣାତ୍ମକ ମାନ ଏବଂ ସମୟୋପଯୋଗୀ ଡେଲିଭରିକୁ ନିୟମିତ ଭାବେ ନିରୀକ୍ଷଣ କରୁଛନ୍ତି।

Share