ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଛାତ୍ରୀଙ୍କ ଅଭିନବ ପ୍ରତିବାଦ: ପାଦରେ ୨୧ କିମି ଚାଲି ଚାଲି…

ଭବାନୀପାଟଣା/ଥୁଆମୂଳ ରାମପୁର,୧।୧୦ (ଉତ୍ତମ କୁମାର ଦାଶ/ଦୁର୍ଗା କିର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କିଆପଦରର କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ମଙ୍ଗଳବାର ସ୍ଥାନୀୟ ଛାତ୍ରୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ହଷ୍ଟେଲର ଅବ୍ୟବସ୍ଥା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ
୨୧ କିମି ଜଙ୍ଗଲୀ ରାସ୍ତାରେ ଚାଲି ଚାଲି ଜିଲାପାଳଙ୍କୁ ଭେଟିବା ପାଇଁ ଭବାନୀପାଟଣା ଆସୁଛନ୍ତି। ଏଥିରେ ପ୍ରାୟ ୫୦ ରୁ ଉଦ୍ଧର୍‌ବ ଆଦିବାସୀ ଛାତ୍ରୀ ସାମିଲ ହୋଇଛନ୍ତି। ବାଟରେ ସେମାନଙ୍କୁ ଶିକ୍ଷକ, ଜିଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ଅନେକ ବୁଝାସୁଝା କରିବା ପରେ ମଧ୍ୟ ଛାତ୍ରୀମାନେ ସେମାନଙ୍କ କଥାକୁ ନ ମାନି ଜିଲାପାଳଙ୍କୁ ଭେଟିବା ପାଇଁ ଯାଉଛନ୍ତି।

Share