ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ କେତେ କାମ ସହଜରେ କରିପାରୁଛି। କୋଭିଡ୍‌ କେୟାର ସେଣ୍ଟର, ରେଷ୍ଟୁରାଣ୍ଟ ଏବଂ କିଛି ସ୍ଥାନରେ ଏହି ରୋବଟ ମୁଖ୍ୟ ଭୂମିକା ତୁଲାଉଛି।
ଏପରି ରୋବାଟ ତିଆରି କରିବାକୁ ପ୍ରାୟ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଆଦିତ୍ୟପୁରର ଦୁଇ ଇଞ୍ଜିନିୟର ଭାଇ ରୋହିତ ଆନନ୍ଦ ଏବଂ ସାକେତ୍‌ ଆନନ୍ଦ ଶୁକ୍ରବାର ଏହାକୁ ଲଞ୍ଚ୍‌ କରିଛନ୍ତି। ଏହି ରୋବଟ ଓ୍ବାଇଫାଇରେ ବି କାମ କରିବ। ପ୍ରାୟ ୨୦ କିଲୋଗ୍ରାମ ଓଜନ ଉଠାଇବାର କ୍ଷମତା ଏହାର ରହିଛି। ଏହି କ୍ଷମତା ବଢ଼ାଇବା ପାଇଁ ଆହୁରି କାମ ଚାଲିଛି।
ରୋହିତ ଏବଂ ସାକେତ କୁହନ୍ତି, ଏଥିରେ ଦୁଇଟି କ୍ୟାମେରା, ତିନି-ଚାରି ଘଣ୍ଟା ଚାର୍ଜ ରହିବା ପରି ବ୍ୟାଟେରୀ, ତିନି ପ୍ରକାରର ଛୋଟ ଛୋଟ କ୍ୟାମେରା ଲାଗିଛି। ଏଥିରେ ଲଗାଯାଇଥିବା ସାମଗ୍ରୀ ଚେନ୍ନାଇ ଏବଂ ମୁମ୍ବାଇରୁ ମଗା ଯାଇଥିଲା। ଯୁବ ଇଞ୍ଜିନିୟର ଦୁଇ ଭାଇ ଏହି ରୋବଟକୁ ଝାଡ଼ଖଣ୍ଡ ସରକାରଙ୍କୁ ଦେଖାଇବାକୁ ଚାହୁଁଛନ୍ତି। ଏହା କୋଭିଡ୍‌ ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରିବ ବୋଲି ଦୁଇ ଭାଇ କୁହନ୍ତି।

Share