କାର୍ଯ୍ୟକ୍ଷମ ହୋଇପାରୁନି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର

ବ୍ରହ୍ମବରଦା,୨୯ା୧୦(ଯଯାତି କେଶରୀ ବେହେରା):ବ୍ରହ୍ମବରଦା କଲେଜ ନିକଟରେ ପ୍ରତିଷ୍ଠା ହୋଇଥିବା ୩୩/୧୧କେଭି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର କାମରେ ଲାଗି ପାରୁନାହିଁ। ଫଳରେ ଏହାକୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଜୁନ ୮ରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ଷ୍ଟ୍ରକ୍‌ଚରକୁ ଉଦ୍‌ଘାଟନ କରି ବ୍ରହ୍ମବରଦା ଓ ଏହାର ଆଖପାଖ ୧୦ରୁ ଊର୍ଦ୍ଧ୍ୱ ଗାଁର ବିଦ୍ୟୁତ୍‌ ଉପଭୋକ୍ତା ଲୋ-ଭୋଲଟେଜ ସମସ୍ୟାରୁ ମୁକ୍ତି ପାଇବେ ବୋଲି ପ୍ରକାଶ କରିଥିଲେ। ହେଲେ ଏହା ମଧ୍ୟରେ ୫ ମାସ ବିତିଯାଇଥିଲେ ସୁଦ୍ଧା ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏ ନେଇ ବିଗତ ଦିନରେ ବ୍ରହ୍ମବରଦାସ୍ଥିତ ବିଦ୍ୟୁତ୍‌ ଅଫିସ ସମ୍ମୁଖରେ ବ୍ରହ୍ମବରଦା, ଚାନ୍ଦପୁର ଓ ମହେଶ୍ୱରପୁରର ଶତାଧିକ ଉପଭୋକ୍ତା ଗଣଧାରଣା ଦେଇଥିଲେ।
ତେବେ ଷ୍ଟ୍ରକ୍‌ଚରର ଆର୍ଥିଙ୍ଗଗୁଡ଼ିକ ଆଇ୍‌ଏସ୍‌ଆଇ ଷ୍ଟଣ୍ଡାର୍ଡ ହିସାବରେ କାମ ହୋଇ ନ ଥିବା, ପ୍ରୋଟେକ୍ସନ ସିଷ୍ଟମ ଠିକରେ ହୋଇ ନ ଥିବା ଓ ୩ ଫିଡର ମଧ୍ୟରୁ ଗୋଟିଏ ଫିଡରର କିଛି ତ୍ରୁଟି ଥିବା କୁଆଖିଆ ବିଦ୍ୟୁତ୍‌ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଲୋକ କୁମାର ଦାଶ ଆନ୍ଦୋଳନକାରୀଙ୍କୁ କହିଥିଲେ। ଏଥିସହିତ ବାକି ଦୁଇ ଫିଡରକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଥିଲେ। ହେଲେ ତାଙ୍କ କଥା ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଉପଭୋକ୍ତା ଅଭିଯୋଗ କରିଛନ୍ତି। ତେଣୁ ଷ୍ଟ୍ରକ୍‌ଚରକୁ ଶୀଘ୍ର କାର୍ଯକ୍ଷମ କରା ନ ଗଲେ ଆଗାମୀ ଦିନରେ ଉପଭୋକ୍ତା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ...

Houthi ବିଦ୍ରୋହୀଙ୍କ ଉପରେ ପୁଣି ଆମେରିକା ସେନାର ଆକ୍ରମଣ, ବୋମା ମାଡରେ ୩୮ ମୃତ, ୧୦୨ ଆହତ

ଦୁବଇ,୧୮।୪: ୟେମେନର Houthi ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଆମେରିକା ରାସ ଇସା ତୈଳ ବନ୍ଦର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି...

ପାକିସ୍ତାନକୁ ନାଲି ଆଖି ଦେଖାଇଲା ବାଂଲାଦେଶ! କହିଲା କ୍ଷମା ମାଗୁ ପାକିସ୍ତାନ, ଜାଣନ୍ତୁ Yunusଙ୍କ ପ୍ଲାନ

ଢାକା,୧୮।୪: ୧୯୭୧ ମସିହାର ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଦ୍ୱାରା ବଙ୍ଗାଳୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ବାଂଲାଦେଶ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ କ୍ଷମା...

୧୦ଲକ୍ଷ ମହିଳାଙ୍କୁ ବଳାତ୍କାର, ୩୦ ଲକ୍ଷ ଲୋକଙ୍କୁ ହତ୍ୟା, Pakistan ସେନାର ଏମିତି କାଣ୍ଡ, ଯାହାକୁ ଆଜିବି ଭୁଲି ନାହିଁ ବାଂଲାଦେଶ

ଢାକା,୧୮।୪: ମହମ୍ମଦ ୟୁନୁସଙ୍କ ଶାସନରେ, ଭାରତ ସହିତ ବାଂଲାଦେଶର ସମ୍ପର୍କ ହ୍ରାସ ପାଇବାରେ ଲାଗିଛି। ଚାଲାକ ପାକିସ୍ତାନ ଏହାର ସଂପୂର୍ଣ୍ଣ ଫାଇଦା ନେବାକୁ ଚାହୁଁଛି। ସେଥିପାଇଁ...

ବିମାନ ଅପହରଣ ଉଦ୍ୟମ, ଯାତ୍ରୀଙ୍କ ଗୁଳିରେ ଦୁର୍ବୁତ୍ତ ମୃତ: ରିପୋର୍ଟ

ନୂଆଦିଲ୍ଲୀ,୧୮।୪: ନିଉ ୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ବେଲିଜରେ ଗୁରୁବାର ଜଣେ ଛୁରୀ ଧରିଥିବା ଆମେରିକୀୟ ନାଗରିକ ଟ୍ରପିକ ଏୟାରର ଏକ ଛୋଟ ବିମାନ ଅପହରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image