ନୂଆଦିଲ୍ଲୀ,୨୪ା୧୨: ବ୍ରହ୍ମୋସ୍ ମିଶାଇଲ୍ରେ ସଜ୍ଜିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍ଏସ୍ ଇମ୍ଫାଲ ମଙ୍ଗଳବାର ନୌସେନାରେ ସାମିଲ ହେବ।
ଭାରତ ମହାସାଗର ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବା ବେଳେ ନୌସେନାରେ ଆଇଏନ୍ଏସ୍ ଇମ୍ଫାଲ ସାମିଲ ହେଲେ ଭାରତର ସାମୁଦ୍ରିକ ସାମର୍ଥ୍ୟ ବୃଦ୍ଧି ପାଇବ। ଏହା ହେଉଛି ପ୍ରଥମ ଯୁଦ୍ଧଜାହାଜ ଯାହା ଉତ୍ତରପୂର୍ବାଞ୍ଚଳର ଏକ ସହର ନାମରେ ନାମିତ କରାଯାଇଛି। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୁମ୍ବାଇର ନୌସେନା ଡକ୍ୟାର୍ଡରେ ଆଇଏନ୍ଏସ୍ ଇମ୍ଫାଲ ଜଳାବତରଣ କରିବ। ଏହାର ଓଜନ ୭,୪୦୦ ଟନ୍ ହୋଇଥିବାବେଳେ ଦୈର୍ଘ୍ୟ ୧୬୪ ମିଟର।