Categories: ଜାତୀୟ

ଭାରତୀୟ ନୌସେନାକୁ ମିଳିବ ଯୁଦ୍ଧ ଜାହାଜ ‘ବିନ୍ଧ୍ୟଗିରୀ’ ବଢିବ ଶକ୍ତି

ନୂଆଦିଲ୍ଲୀ,୧୭।୮: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଗୁରୁବାର କୋଲାକାତାରେ ଯୁଦ୍ଧ ଜାହାଜ ‘ବିନ୍ଧ୍ୟଗିରୀ’ କୁ ଲଞ୍ଚ କରିବେ। ଭାରତର ପ୍ରୋଜେକ୍ଟ ୧୭ଏର ଷଷ୍ଠ ଜାହାଜ ହେଉଛି ବିନ୍ଧ୍ୟଗିରି, ଯାହା ନୌସେନାର ଶକ୍ତିକୁ ଆହୁରି ବଢାଇବା ପାଇଁ କାର୍ଯ୍ୟ କରିବ। ଏହି ସ୍ବତନ୍ତ୍ର ଯୁଦ୍ଧ ଜାହାଜଗୁଡ଼ିକ କେବଳ ଭାରତରେ ପ୍ରସ୍ତୁତ ହୋଇଛି। ଆଇଏନଏସ ବିନ୍ଧ୍ୟଗିରୀ ହେଉଛି ଏହି ଶ୍ରେଣୀର ତୃତୀୟ ଯୁଦ୍ଧ ଜାହାଜ, ଏହା କୋଲକାତାର ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟର୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ। ଏହି ଜାହାଜଟି କର୍ନାଟକର ପାର୍ବତ୍ୟ ନାମରେ ନାମିତ।

ଭାରତର ପ୍ରୋଜେକ୍ଟ ୧୭ଏର ଷଷ୍ଠ ଜାହାଜ ହେଉଛି ବିନ୍ଧ୍ୟଗିରୀ, ଯାହା ନୌସେନାର ଶକ୍ତିକୁ ଆହୁରି ବଢାଇବା ପାଇଁ କାର୍ଯ୍ୟ କରିବ। ଏହି ସ୍ବତନ୍ତ୍ର ଯୁଦ୍ଧ ଜାହାଜଗୁଡ଼ିକ କେବଳ ଭାରତରେ ପ୍ରସ୍ତୁତ ହୋଇଛ। ଆଇଏନଏସ ବିନ୍ଧ୍ୟଗିରୀ ହେଉଛି ଏହି ଶ୍ରେଣୀର ତୃତୀୟ ଯୁଦ୍ଧ ଜାହାଜ, ଏହା କୋଲକାତାର ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟର୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ। ଏହି ଜାହାଜଟି କର୍ନାଟକର ପାର୍ବତ୍ୟ ନାମରେ ନାମିତ।
ଉନ୍ନତ ଯୁଦ୍ଧ ବୈଶିଷ୍ଟ୍ୟ, ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ଏବଂ ପ୍ଲାଟଫର୍ମ ପରିଚାଳନା ପ୍ରଣାଳୀ ସହିତ ଏହି ଯୁଦ୍ଧ ଜାହାଜଗୁଡ଼ିକ ପ୍ରୋଜେକ୍ଟ ୧୭ଶ୍ରେଣୀ ଫ୍ରିଗୋଟ୍ସ (ଶିଭାଲିକ ଶ୍ରେଣୀ) ର ଏକ ଫଲୋ ଅନ ଅଟେ। ପ୍ରାୟ ୩୧ବର୍ଷ ଧରି, ପୁରୁଣା ଆଇଏନଏସ ବିନ୍ଧ୍ୟଗିରୀ ଭାରତୀୟ ନୌସେନାର ସେବା କରିଥିଲେ ଏବଂ ଏହି ସମୟ ମଧ୍ୟରେ ଅନେକ ଚ୍ୟାଲେଞ୍ଜ ମିଶନ ଏବଂ ବିଦେଶୀ ଅଭ୍ୟାସ ଦେଖିଥିଲେ, ଯାହା ପରେ ବର୍ତ୍ତମାନ ନୂତନ ଟେକ୍ନୋଲୋଜି ସହିତ ନୂତନ ବିନ୍ଦୁଗିରି ନୌସେନାର ଜାହାଜରେ ଯୋଗ ଦେଉଛି।

Share