Categories: ଜାତୀୟ

ଆଇଏନ୍‌ଏସ୍ ବିରାଟ ହୋଇପାରିବନି ମ୍ୟୁଜିୟମ!

ଅହମଦାବାଦ,୨୫ ।୧୦: ଭାରତୀୟ ନୌସେନାରୁ ସେବା ନିବୃତ୍ତ ହୋଇ ସାରିଥିବା ଆଇଏନ୍‌ଏସ୍ ବିରାଟକୁ ମ୍ୟୁଜିୟମ ବା ସଂଗ୍ରହାଳୟ କରିବାର ଆଶା ବେଳକୁ ବେଳ କ୍ଷୀଣ ହେବାରେ ଲାଗିଛି । କାରଣ ଏହାକୁ ଭାଙ୍ଗିବାକୁ କ୍ରୟ କରିଥିବା କମ୍ପାନୀ ପାଖାପାଖି ୩ ସପ୍ତାହର ପରୀକ୍ଷଣ ପରେ ଜାହାଜକୁ ଗୁଜରାଟର ଅଲଙ୍ଗ ସ୍ଥିତ ନିଜର ବାକଡ ବା ସ୍କ୍ରାପ୍ ୟାଡକୁ ପରିବହନ ଆରମ୍ଭ କରି ଦେଇଛି । ମୁମ୍ବାଇର ଘରୋଇ କମ୍ପାନୀ ଇନୋଭେଟିଭ ମରିନ କନସଲସ୍ନ୍ ପ୍ରାଇଭେଟ ଲିମିଟେଡ ଗତ ମାସରେ ‘ବିରାଟ’କୁ ସଂଗ୍ରହାଳୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ହେଲେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ କମ୍ପାନୀକୁ ଏପର୍ଯ୍ୟନ୍ତ ନୋ ଅବଜେକଶନ୍ ସାର୍ଟିଫିକେଟ ଦେଇ ନ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏହି ଯୁଦ୍ଧ ଜାହାଜ ଭାରତୀୟ ନୌସେନାରେ ୧୯୮୭ରେ ସାମିଲ ହୋଇଥିଲା ଓ ୨୦୧୭ ପର୍ଯ୍ୟନ୍ତ ସେବା ଯୋଗାଇ ଦେଇଥିଲା । ଚଳିତ ବର୍ଷ ଜୁଲାଇରେ ଜାହାଜ ଭାଙ୍ଗିବା କାମ କରୁଥିବା କମ୍ପାନୀ ଅଲଂଗର ଶ୍ରୀରାମ ଗ୍ରୁପ ଏହାକୁ ୩୮.୫୪ କୋଟି ଟଙ୍କାରେ କ୍ରୟ କରିଥିଲା ।

Share