Categories: ଜାତୀୟ

ଚାଇନା ଉପରେ ନଜର, ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିଶାଖାପାଟନମ୍

ମୁମ୍ବାଇ,୨୧ ।୧୧: ବଢିବ ନୌସେନାର ଶକ୍ତି । ରବିବାର ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିଶାଖାପାଟନମ୍ । ଏହି ଯୁଦ୍ଧପୋତର ଲମ୍ବ ୧୩୬ ମିଟର, ଚଉଡା ୧୭ ମିଟର ଥିବା ବେଳେ ଏହାର ଓଜନ ରହିଛି ୭୪୦୦ଟନ । ଏହା ଘଣ୍ଟାକୁ ୫୫,୫୬ କିଲୋମିଟର ଗତି କରିବାର କ୍ଷମତା ରଖିଛି । ଏହାର ନିର୍ମାଣ ଆତ୍ମନିର୍ଭର ଭାରତ ଅଭିଯାନରେ କରାଯାଇଛି । ଏହା ସବୁଠାରୁ ଅଧିକ କ୍ଷମତା ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଭରପୁର ରହିଛି । ମୁମ୍ବାଇର ନାଭାଲ ଡକୟାର୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

Share