ଜେସିଣ୍ଡାଙ୍କ ନାମରେ କୀଟ

ଓ୍ବେଟା ପ୍ରଜାତିର ଏହି ନୂଆ କୀଟର ନାମ ହେଉଛି ହେମିଆଣ୍ଡ୍ରସ୍‌ ଜେସିଣ୍ଡା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ନାମାନୁସାରେ ବିଶାଳ କୀଟର ନାମକରଣ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଜେସିଣ୍ଡାଙ୍କ ଭଳି ଏହାର ଆକର୍ଷୀୟ ଗୁଣ ଥିବାରୁ ତାଙ୍କ ସମ୍ମାନରେ ଏହାର ନାମକରଣ କରାଯାଇଥିବା ମେସି ୟୁନିଭର୍ସିଟିର ଇଭୋଲ୍ୟୁଶନାରି ଇକୋଲୋଜି ବିଭାଗ ପ୍ରଫେସର ଷ୍ଟିଭେନ୍‌ ଟ୍ରଓ୍ବେିକ୍‌ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଜେସିଣ୍ଡା ଏହାକୁ ନେଇ ଆନନ୍ଦିତ। ଏପରି ଶତାଧିକ ପ୍ରଜାତିର କୀଟ ଗଛ, ଗୁମ୍ପା, ବୁଦା ଓ ବଗିଚାରେ ଦେଖିବାକୁ ମିଳନ୍ତି।

Share