ଅସୁରକ୍ଷିତ ଡାକ୍ତର

କୋଲକତାର ଡ. ରାଧାଗୋବିନ୍ଦ କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଜଣେ ପିିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ ଜୋର୍‌ ଧରିଛି। ଅଗଷ୍ଟ ୯ ଶୁକ୍ରବାର ରାତିରେ ପୀଡ଼ିତା ଡ୍ୟୁଟିରେ ଥିଲେ ଏବଂ ଶନିବାର ସକାଳେ ତାଙ୍କ ମୃତଦେହ ମେଡିକାଲ ସେମିନାର ହଲ୍‌ରୁ ମିଳିଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଦରକାର ପଡ଼ିଲେ ଅପରାଧୀଙ୍କୁ ଫାଶୀ ଦିଆଯିବ। ଆସନ୍ତା ରବିବାର ସୁଦ୍ଧା ପୋଲିସ ତଦନ୍ତର ନିଷ୍କର୍ଷରେ ନ ପହଞ୍ଚିଲେ ତାହାକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ଏହି ଘଟଣା ଭାରତବର୍ଷରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣରେ ଚର୍ଚ୍ଚାକୁ ନ ଆସିଲେ ମଧ୍ୟ ପ୍ରତ୍ୟେକ ଦିନ ଏହିଭଳି ଅନେକ ଘଟଣା ଘଟିଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୭୩ରେ ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ ୨୫ ବର୍ଷୀୟା ନର୍ସଙ୍କୁ ବଳାତ୍କାର କରିଥିଲେ। ତାଙ୍କ ମସ୍ତିଷ୍କରେ ଆଘାତ ଲାଗିବା ପରେ ସେ ଦୀର୍ଘ ୪୨ ବର୍ଷ ସେହି ହସ୍‌ପିଟାଲର ନର୍ସଙ୍କ ଚିକିତ୍ସାରେ ରହି ୨୦୧୫ରେ ମୃତ୍ୟୁବରଣ କରିଥିଲେ। ଏହା ବ୍ୟତୀତ କେରଳରେ ସେପ୍ଟେମ୍ବର ୨୦୨୦ରେ କୋଭିଡ୍‌ ମହାମାରୀ ସମୟରେ ଆମ୍ବୁଲାନ୍ସରେ ଜଣେ କୋଭିଡ୍‌ ଆକ୍ରାନ୍ତ ମହିଳା ବଳାତ୍କାରର ଶିକାର ହୋଇଥିଲେ। ଅନେକ ସମୟରେ ଦେଶର ବିଭିନ୍ନ ମେଡିକାଲରେ ମହିିଳାଙ୍କ ପ୍ରତି ଅସଦାଚରଣ ଘଟଣା ସାମ୍ନାକୁ ଆସିଛି। ଏସବୁ ପ୍ରମାଣିତ କରୁଛି ଯେ, ମେଡିକାଲଗୁଡ଼ିକ ମଧ୍ୟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ସ୍ଥାନ ପାଲଟିଯାଇଛି। ଭାରତରେ ପ୍ରତି ଘଣ୍ଟାରେ ୮୭ ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ୨୦୨୨ ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଥିଲା। ଏହି ରିପୋର୍ଟ ଏକ ଭୟଙ୍କର ଚିତ୍ର ଦର୍ଶାଉଛି। ତାହାର ପ୍ରତିଫଳନ ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି। କୋଲକାତାର ଆର୍‌.ଜି. ହସ୍ପିଟାଲ ଘଟଣାରେ ସବୁଠାରୁ ଉଦ୍‌ବେଗଜନକ ଦିଗ ହେଲା, ମହିଳା ଜୁନିୟର ଡାକ୍ତର ନିଜ କର୍ମକ୍ଷେତ୍ରରେ ନିୟୋଜିତ ଥିଲାବେଳେ ଆକ୍ରମଣର ଶିକାର ହେଲେ। ସବୁଠାରୁ ବଡ଼ କଥା ହେଲା, ଆର୍‌.ଜି. କର ହସ୍ପିଟାଲରେ ଘଟିଥିବା ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟ ହସ୍ପିଟାଲ କର୍ମଚାରୀ ନ ଥାଇ ମଧ୍ୟ କିପରି ବିଳମ୍ବିତ ରାତିରେ ହସ୍ପିଟାଲରେ ରହିପାରୁଥିଲେ। ସୂଚନାଯୋଗ୍ୟ ଯେ, କୋଲକାତା ପୋଲିସର ଜଣେ ସିଭିକ ଭଲ୍ୟୁଣ୍ଟିୟର ଭାବେ ସେ ଅନେକ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ତାଙ୍କୁ ଆର୍‌.ଜି. ହସ୍ପିଟାଲରେ ପୋଲିସ ଆଉଟପୋଷ୍ଟରେ ଦାୟିତ୍ୱ ଦିଆଯାଇଥିଲା। ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି ଯେ, ସେ ଅଧିକାଂଶ ସମୟରେ ନିଜକୁ ପୋଲିସ କର୍ମଚାରୀ ବୋଲି କହି ହସ୍ପିଟାଲରେ ଦଲାଲି କରୁଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ଭଲ୍ୟୁଣ୍ଟିୟରଙ୍କ ଭଳି ଅସ୍ଥାୟୀ ନିଯୁକ୍ତି ପାଇଁ ପୋଲିସ ଦ୍ୱାରା କୌଣସି ବିଧିବଦ୍ଧ ଯାଞ୍ଚ କରାଯାଏ ନାହିଁ। ଏଭଳି ବ୍ୟକ୍ତି ଅନେକ କ୍ଷେତ୍ରରେ ଖାକିିର ମୁଖା ପିନ୍ଧି ସମସ୍ତଙ୍କ ପାଇଁ ବିପଦ ପାଲଟିଯାଆନ୍ତି।
ଅନ୍ୟ ଏକ ଦିଗକୁ ଦେଖିଲେ, ବିଭିନ୍ନ ସମୟରେ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ବି ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି ଏବଂ ଏଭଳି ଘଟଣାରେ କେହି କଠୋର ଦଣ୍ଡରେ ଦଣ୍ଡିତ ହେବା ଦେଖାଯାଏ ନାହିଁ। ଏପରି କ୍ଷେତ୍ରରେ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯିବାର ଆବଶ୍ୟକତା ରହିଛି। କେବଳ ଡାକ୍ତର କିମ୍ବା ନର୍ସ ନୁହନ୍ତି, ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳା ରୋଗୀଙ୍କ ସୁରକ୍ଷା ଉପରେ ବି ପ୍ରଶ୍ନ ଉଠୁଛି। କାରଣ ମେଡିକାଲକୁ ବହୁ ଦୂରରୁ ଅନେକ ମହିଳା ଆସି ରୋଗୀଙ୍କ ପାଖରେ ରହୁଛନ୍ତି। ଏହା ବ୍ୟତୀତ ମହିଳା ରୋଗୀ ବି ଚିକିତ୍ସିତ ହେଉଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଏ ରୋଗୀଙ୍କ ପରିବାର ଦୂରରେ ରହୁଥିଲେ ମହିଳା ରୋଗୀ ଜଣକ ପାଖରେ ରାତିରେ ଆଟେଣ୍ଡାଣ୍ଟ ରହିବାକୁ କେହି ନ ଥାନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ସଙ୍କଟରେ ରହୁଛି। ବିଭିନ୍ନ ସଂସ୍ଥା ଦ୍ୱାରା ମେଡିକାଲରେ କରାଯାଉଥିବା ଥାର୍ଡ ପାର୍ଟି ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର। ସେମାନଙ୍କ ପରିଚୟ ଓ ଅପରାଧ ପୃଷ୍ଠଭୂମି ଉପରେ ଯାଞ୍ଚ କରାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri