ବଲାଙ୍ଗୀର ଅଫିସ, ୧୭।୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ଗେ୍ଟ ଓ ପାଚେରିରେ ଲଗାଯାଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାଷ୍ଟର ପ୍ଲାନକୁ ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଦେଇଛନ୍ତି। ବୁଧବାର ସକାଳେ ବିଶ୍ବବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଆସିବା ପରେ ଏହା ଦେଖିବାକୁ ପାଇଥିଲେ। ବିଶ୍ବବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ସିସିଟିଭି କ୍ୟାମେରା ଲଗାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ପରେ ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ଏ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଦୁର୍ବୃତ୍ତମାନଙ୍କୁ ଗିରଫ ଲାଗି ଦାବି କରିଛନ୍ତି। ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Posted inଆମ ଜିଲା ଖବର, ବରଗଡ଼