ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭାଇ

ନୂଆଦିଲ୍ଲୀ, ୧୨।୧୧- ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ଅକ୍ଷତ ରିତୁ ସାଙ୍ଗଓ୍ବାନଙ୍କୁ ବିବାହ କରିଛନ୍ତି। ଏ ନେଇ କଙ୍ଗନା ନିଜର ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି,‘ପ୍ରିୟ ବନ୍ଧୁଗଣ, ତାଙ୍କ ଭାଇ ଅକ୍ଷତ ଏବଂ ବୋହୂ ରିତୁଙ୍କୁ ଆଶୀର୍ବାଦ ଦିଅନ୍ତୁ। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। କଙ୍ଗନା ରାଣାଓ୍ବତ ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ରାଜସ୍ଥାନୀ ଲୋକଗୀତରେ ଡାନ୍ସ କରୁଥିବା ନଜର ଆସିଛନ୍ତି।

Share