ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଯୋଡି

ମୁମ୍ବାଇ: ଟେଲି ଧାରାବାହିକ ‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଲିଡ୍‌ ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ବେଶ୍‌ ଧୂମଧାମରେ ବିବାହ କରିଛନ୍ତି।
ଏହି ଦୁଇ ସେଲିବ୍ରିଟିଙ୍କ ବିବାହ , ହଳଦି, ମେହେନ୍ଦୀ, ସଙ୍ଗୀତ ସେରିମୋନିର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।

‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଧାରାବାହକ ଶୁଟିଂ ସେଟ୍‌ରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଥିଲେ । ଏହାପରେ କିଛି ଦିନ ଉଭୟ ପରସ୍ପରକୁ ଡେଟିଂ କରିବା ପରେ ଚଳିତ ବର୍ଷ ପ୍ରଥମରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ହେଲେ କରୋନା ପାଇଁ ତାଙ୍କ ବାହାଘରକୁ ଘୁଞ୍ଚାଇ ଦେଇଥିଲେ। ଏବେ ସ୍ଥିତି ସ୍ବାଭାବିକ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Share