ସାଦ ଖାଇଲେ ସୋନମ

ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ଗର୍ଭଧାରଣ ସମୟକୁ ଉପଭୋଗ ମଧ୍ୟ କରୁଛନ୍ତି। ସୋନମ ଏବେ ଲଣ୍ଡନରେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସମୟ ବିତାଉଛନ୍ତି। ଲଣ୍ଡନରେ ତାଙ୍କ ସାଦଖିଆ ଅର୍ଥାତ୍‌ ବେବି ସାଓ୍ବର ଅନୁଷ୍ଠିତ ହୋଇଯାଇଛି। ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୋନମଙ୍କ ଭଉଣୀ ରେହା କପୁର ସୋସିଆଲ ମିଡିଆରେ ବେବି ସାଓ୍ବରର କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଏଥିରେ ସୋନମ ମଜା କରୁଥିବା ଦେଖାଯାଏ। ଏକ ବଗିଚାରେ ସୋନମଙ୍କ ବେବି ସାଓ୍ବର ଅନୁଷ୍ଠିତ ହୋଇଥିଲା। ସୋନମ ତାଙ୍କ ବେବି ସାଓ୍ବରରେ ଗୋଲାପୀ ରଙ୍ଗର ଗାଉନ ପିନ୍ଧିଥିଲେ।
ସୋନମ ଏବଂ ଆନନ୍ଦ ମେ ୨୦୧୮ରେ ବିବାହ କରିଥିଲେ। ଗତ ମାର୍ଚ୍ଚ ୨୦୨୨ରେ ସେ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ।

Share