ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…

ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ ୮୦ କୋଟି ବର୍ଷ ପୁରୁଣା ଅନ୍ୟ ଏକ ହୀରା ରହିଛି। ଏହା ରୁଷିଆର ପାରମ୍ପରିକ କଣ୍ଢେଇ ମାତ୍ରୋୟୋଶାକା ନାମ ଅନୁସାରେ ଏହି ହୀରାର ନାମକରଣ କରାଯାଇଛି। ଭିତରେ ଥିବା ହୀରାର ବିକାଶ ପ୍ରଥମେ ହେବା ପରେ ବାହାର ହୀରା ଗଠନ ହୋଇଥିବା ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। କାର୍ବନ ଡାଟିଂରୁ ଭିତର ହୀରାର ଉତ୍ପତ୍ତି ସମୟ ୮୦ କୋଟି ବର୍ଷ ତଳେ ହୋଇଥିବା ଜଣାପଡ଼ିଛି। ପୃଥିବୀର କୌଣସି ଖଣିରୁ ଏଭଳି ବିରଳ ହୀରା ମିଳି ନ ଥିବା ଆଲରୋସା ଗବେଷଣା ବିକାଶ ସଂସ୍ଥାର ଓଲେଗ କୋୟଲଚୁକ୍‌ କହିଛନ୍ତି। ବାହାର ହୀରାର ଓଜନ ୦.୬୨ କ୍ୟାରେଟ୍‌ ଥିବାବେଳେ ଭିତର ହୀରାର ଓଜନ ୦.୦୨ କ୍ୟାରେଟ ରହିଛି। ଭିତର ହୀରା ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ପାରଦର୍ଶୀ। ଏବେ ମାତ୍ରୋୟୋଶାକା ହୀରର ଏକ୍ସ ରେ କରାଯିବା ସହିତ ଅନ୍ୟାନ୍ୟ ପରୀକ୍ଷା କରାଯିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି।

Share