Categories: ଜାତୀୟ

ଭିତରେ କରୋନା-ସୀମାରେ ଚାଇନା: ଭାରତ ଲଢୁଛି ଦୋହରା ଯୁଦ୍ଧ…

ଲଦାଖ, ୨୨।୪: ଭାରତ ଏବେ ଦୋହରା ଯୁଦ୍ଧ ଜାରି ରଖିଛି। ଦେଶ ଭିତରେ କରୋନା ସଂକ୍ରମଣ ସହିତ ଲଢ଼େଇ ହେଉଥିବାବେଳେ ପୂର୍ବ ଲଦାଖର ଭାରତ ସୀମାରେ ଚାଇନା ସହିତ ବିବାଦ ଥମିବାର ନାଁ ଧରୁନି। ଫଳରେ ଭାରତ ଦୋହରା ଲଢ଼େଇ ଜାରି ରଖିଛି। ଏବେ ପୁଣି ଡ୍ରାଗନ ପଛକୁ ନ ହଟିବାକୁ କହି ନାଲି ଆଖି ଦେଖାଇବା ଆରମ୍ଭ କରିଛି। ପୂର୍ବ ଲଦାଖର ଗୋଗରା ହାଇଟ୍ସ,ହଟ୍‌ ସ୍ପ୍ରିଙ୍ଗ୍‌, ଡେପସାଙ୍ଗ୍‌ ଏବଂ ହେମଚୋକ୍‌ ଅଞ୍ଚଳରୁ ହଟିବ ନାହିଁ ବୋଲି ଚାଇନା କହିଛି। ଏହା ସହିତ ଚାଇନା ଏୟାର ଡିଫେନ୍ସ୍‌ ସିଷ୍ଟମ୍‌ ଏଚ୍‌କ୍ୟୁ-୯ ଏବଂ ଏଚ୍‌କ୍ୟୁ-୨୨ ଲଦାଖରେ ମୁତୟନ କରିଛି। ତେବେ ଭାରତ ରୋକଠୋକ୍‌ କହିଛି ଯେ, ପଛକୁ ହଟିବା ପରେ ହିଁ ଅନ୍ୟ କୌଣସି ଅଞ୍ଚଳର ଡି-ଏସ୍କେଲେଶନ ଉପରେ ବିଚାର କରାଯିବ।

Share