ଅଚଳ ହୋଇଯିବ ଇନ୍‌ସାଇଟ୍‌ ଲ୍ୟାଣ୍ଡର

ଓ୍ବାଶିଂଟନ୍‌,୧୬ା୧୧: ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବା ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥାକୁ ନାସା ପଠାଉଥିବା ଇନ୍‌ସାଇଟ୍‌ ଲ୍ୟାଣ୍ଡର କାମ କରିବା ବନ୍ଦ କରିଦେବ । ଏହାର ସୋଲାର ପ୍ୟାନେଲରେ ମହାକାଶ ଧୂଳି ଜମା ହୋଇଯିବା କାରଣରୁ ଏହାର ବ୍ୟାଟେରି ଚାର୍ଜ କାପାସିଟି କ୍ରମାଗତ କମିବାରେ ଲାଗିଛି। ଡଷ୍ଟ ଓ୍ବାଇପର ଦ୍ୱାରା ଇନ୍‌ସାଇଟ୍‌ ଲ୍ୟାଣ୍ଡର ସୋଲାର ପ୍ୟାନେଲରୁ ଧୂଳି ହଟାଯାଇପାରିବ ବୋଲି ଅନେକ ବୈଜ୍ଞାନିକ ମତ ଦେଇଥିଲେ ହେଁ ଏଥିରେ ବହୁ ଅର୍ଥ ଖର୍ଚ୍ଚ କରିବା ସାଙ୍ଗକୁ ଏହି ପ୍ରକ୍ରିୟା ଜଟିଳ ହୋଇଥିବା ନାସା ପକ୍ଷରୁ କୁହାଯାଇଛି।

Share