ଇନସାଇଟ୍‌ ଲ୍ୟାଣ୍ଡରର ଭାବପ୍ରବଣ ବାର୍ତ୍ତା, ମୋ ଶକ୍ତି ସରି ଆସୁଛି…

ଓ୍ବାଶିଂଟନ,୨୧।୧୨ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ମାର୍ସ ଇନସାଇଟ ଲ୍ୟାଣ୍ଡର ଏହାର ଶେଷ ନିଶ୍ୱାସଃ ନେଉଛି। ମୋର ଶକ୍ତି ସରି ଆସୁଛି ବୋଲି ଲ୍ୟାଣ୍ଡର୍‌ ପୃଥିବୀକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛି। ନାସା ଇନସାଇଟ ଲ୍ୟାଣ୍ଡର ଟୁଇଟର ହ୍ୟାଣ୍ଡେଲରୁ ଏକ ମଙ୍ଗଳ ଗ୍ରହର ଚିତ୍ର ଶେୟାର କରି ଏଥିରେ କୁହାଯାଇଛି ଯେ ମୋର ଶକ୍ତି ପ୍ରକୃତରେ କମିବାରେ ଲାଗିଛି ତେଣୁ ମୁଁ ପଠାଇଥିବା ଏହା ଶେଷ ଚିତ୍ର ହୋଇପାରେ।  ମୋ ବିଷୟରେ ଚିନ୍ତା କର ନାହିଁ, ଏଠାରେ ମୋର ସମୟ ଫଳପ୍ରଦ ଏବଂ ସୁନ୍ଦର ହୋଇଛି। ମୋ ସହିତ ରହି ଥିବାରୁ ଧନ୍ୟବାଦ ।

ଏହି ଟୁଇଟ ସହିତ ନାସାର ଏହି ଚାରି ବର୍ଷର ମିଶନ ବର୍ତ୍ତମାନ ଶେଷ ହୋଇପାରେ ବୋଲି କୁହାଯାଉଛି। ନଭେମ୍ବରରେ ନାସା ସୂଚନା ଦେଇଥିଲା ଯେ ଲ୍ୟାଣ୍ଡର ପୃଷ୍ଠରେ ଧୂଳି ଜମା ହୋଇ ରହିଛି। ଏହା ଲ୍ୟାଣ୍ଡରର ସମସ୍ତ ଶକ୍ତି ଅବଶୋଷିତ କରିଛି।

ମଙ୍ଗଳ ଗ୍ରହରେ ଅବତରଣ କରିବା ପରଠାରୁ, ଇନସାଇଟ ଲ୍ୟାଣ୍ଡର ମଙ୍ଗଳ ଗ୍ରହର ଅନେକ ସୁନ୍ଦର ଚିତ୍ର ପଠାଇଛି। ଏହା ପଠାଇଥିବା ସୂଚନା ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ବିଷୟରେ ବୈଜ୍ଞାନିକମାନଙ୍କ ଜ୍ଞାନକୁ ବଦଳାଇ ଦେଇଛି। ଏହି କାରଣରୁ, ଭବିଷ୍ୟତର ମଙ୍ଗଳ ମିଶନଗୁଡିକ ବର୍ତ୍ତମାନ ଏକ ନୂତନ ଦିଗ ପାଇପାଇବ।

୨୦୧୮ରେ, ମଙ୍ଗଳ ଗ୍ରହରେ ପାଦ ଦେଇଥିବା ଇନସାଇଟ ଲ୍ୟାଣ୍ଡର ଏହାର କାର୍ଯ୍ୟକୁ ଭଲ ଭାବରେ ସମାପ୍ତ କରିଛି। ମଙ୍ଗଳ ଗ୍ରହର ଗଠନ ଏବଂ ଗ୍ରହଟି କିପରି ଟେକ୍ଟୋନିକାଲ ସକ୍ରିୟ ତାହା ଜାଣିବା ପାଇଁ ନାସା ଇନସାଇଟ ଲ୍ୟାଣ୍ଡରକୁ ପଠାଇଥିଲା।

Share