Posted inଜାତୀୟ

କାର୍ଯ୍ୟସ୍ଥଳରେ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଯୌନ ନିର୍ଯାତନା: ହାଇକୋର୍ଟ

ଚେନ୍ନାଇ,୨୫।୧: କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଟିପ୍ପଣୀ ଦେଇଛନ୍ତି। ପୋସ୍‌ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍‌ ଆର୍‌.ଏନ୍‌. ମଞ୍ଜୁଲା କହିଛନ୍ତି। ଉତ୍‌ପୀଡ଼ନକାରୀଙ୍କ ଉଦ୍ଦେଶ୍ୟ ଯାହା
ହୋଇଥାଉ ନା କାହିଁକି କାର୍ଯ୍ୟସ୍ଥଳରେ ଅପ୍ରିୟ ବ୍ୟବହାର ଯୌନ ନିର୍ଯାତନା ବୋଲି ଆମେରିକା କୋର୍ଟର ଏକ ରାୟର ଉଦାହରଣ ଦେଇ ବିଚାରପତି କହିଥିଲେ। ଯଦି ମହିଳା ଜଣକ କୌଣସି ଆଚରଣକୁ ଭଲ ଭାବରେ ଗ୍ରହଣ କରୁନାହାନ୍ତି ବା ଅନୁପଯୁକ୍ତ ଭାବୁଥାନ୍ତି ଏବଂ ଏଭଳି ଅପ୍ରିୟ ବ୍ୟବହାର ଯଦି ତାଙ୍କୁ ପ୍ରଭାବିତ କରୁଥାଏ, ତେବେ ଏହା ଯୌନ ନିର୍ଯାତନାର ସଂଜ୍ଞା ମଧ୍ୟରେ ଯିବା ନିଃସନ୍ଦେହ। ଯୁକ୍ତିଯୁକ୍ତତା ହେଉଛି ଏକ ମାପଦଣ୍ଡ, ଯାହା ମହିଳାମାନେ କିପରି ଅନୁଭବ କରୁଛନ୍ତି, ତାହା ନିରୂପଣ କରିଥାଏ ବୋଲି ବିଚାରପତି କହିଛନ୍ତି। ଶ୍ରମ ଅଦାଲତଙ୍କ ଏକ ରାୟକୁ ଖାରଜ କରିବା ଅବସରରେ ବିଚାରପତି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ରୋକିବା ପାଇଁ ୨୦୧୩ ଡିସେମ୍ବର ୯ରେ ପୋସ୍‌ ଆଇନ କାର୍ଯ୍ୟକାରୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ଛାଉଣୀ ନାହିଁ: ତେଲ ଭରିବାକୁ ଆସି ଖରାରେ ଶିଝୁଛନ୍ତି ଗ୍ରାହକ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡରେ ଦିନକୁ ଦିନ ତାତି ବଢ଼ି ଚାଲିଛି। ଅ୍ଯଯବର୍ଷ ତୁଳନାରେ ଏଥର ତାତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ତାତିର...

ଜିଲାପାଳଙ୍କୁ ଝୁରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ: ସ୍କୁଟିରେ ବୁଲି ଲୋକଙ୍କ ବୁଝୁଥିଲେ ସମସ୍ୟା

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ):କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଝୁରୁଛନ୍ତି ଦାରିଙ୍ଗବାଡିର ଏକାଧିକ ଦୁର୍ଗମ ଅଞ୍ଚଳବାସୀ। ସେ ଆଉ ଅଞ୍ଚଳରେ ଜଣେ ସାଧାରଣ ମଣିଷ ଭଳି...

ବି.ଆର୍‌. ଆମ୍ବେଡକରଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଏନ୍‌ଏସି ଅଧ୍ୟକ୍ଷ

କେସିଙ୍ଗା,୧୪।୪: ସୋମବାର ବି ଆର୍‌ ଆମ୍ବେଡକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ। ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ସେ...

Video:ସିଂହ ସହ ଫଟୋ ଉଠାଇବାକୁ ଯାଇଥିଲେ ଏହି ବ୍ୟକ୍ତି, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବାରେ ଲାଗିଛି। ସିଂହ ସହ ଫଟୋ ଉଠାଇବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ କିପରି ବିପଦରେ...

ଦଣ୍ଡନାଚ ପ୍ରସାଦ ସେବନ ବେଳେ ମାରପିଟ: ବାପ-ପୁଅ ଗୁରୁତର

ଧରାକୋଟ,୧୪ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ତଥା ବଡଗଡ ଥାନା ଅନ୍ତର୍ଗତ ଢ଼ଉପଦା ଗ୍ରାମରେ ଦଣ୍ଡନାଚ ପ୍ରସାଦ ସେବନ ସମୟରେ ସାମାନ୍ୟ ବଚସାକୁ...

ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭିଁପୁର ଓ ଦାଶବିଦ୍ୟାଧରପୁର ଗ୍ରାମରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମାନସିକ...

ନାସା ଆଣିଲା ଜବରଦସ୍ତ ଅଫର୍‌:ଟଏଲେଟ୍‌ ସଫା କଲେ ମିଳିବ ୨୫ କୋଟି ଟଙ୍କା

ଓ୍ବାଶିଂଟନ,୧୪।୪:ନାସା ସାରା ବିଶ୍ୱର ସୃଜନଶୀଳ ଲୋକଙ୍କ ପାଇଁ ଏକ ବିଶେଷ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା,...

NCERT ଇଂରାଜୀ ପାଠ୍ୟପୁସ୍ତକର ହିନ୍ଦୀ ନାମ, ସୃଷ୍ଟି ହେଲା ଭାଷା ବିବାଦ

ନୂଆଦିଲ୍ଲୀ ,୧୪।୪: NCERT ଏହାର ଅନେକ ନୂତନ ଇଂରାଜୀ-ମଧ୍ୟମ ପାଠ୍ୟପୁସ୍ତକକୁ ରୋମାନ ଲିପିରେ ହିନ୍ଦୀ ନାମ ଦେଇ ଏକ ବିତର୍କ ଆରମ୍ଭ କରିଛି, ଯେଉଁଥିରେ ଇଂରାଜୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image