ନିଦ୍ରାହୀନତା ଓ ଆଲଜିମର୍ସ

ନିଦ୍ରାହୀନତା ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ଯଦି ଏହା ଦୀର୍ଘ ଦିନ ଧରି ଲାଗିରହେ ତେବେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ପଡ଼ିଥାଏ। ଏପରି କି ଏଥିପାଇଁ ଆଲଜିମର୍ସ ଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ‘ନିଦ୍ରାହୀନତା ଏବଂ ଆଲଜିମର୍ସ’ ବିଷୟ ଉପରେ ଆମେରିକାର ଏକାଡେମୀ ଅଫ୍‌ ନ୍ୟୁରୋଲୋଜି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସମୟରେ ନିଦ୍ରାହୀନତା ପରି ସମସ୍ୟା ସହ ଜଡିତ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟଧାରାକୁ ତନ୍ନ ତନ୍ନ କରି ବିଶେଷଜ୍ଞମାନେ ତର୍ଜମା କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ବ୍ୟକ୍ତିଙ୍କଠାରେ ଆଲଜିମର୍ସ ସମସ୍ୟାର ଲକ୍ଷଣ କେତେକାଂଶରେ ଦେଖିବାକୁ ମିଳିଥିଲା। ଉକ୍ତ ଏକାଡେମୀ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ନିଦ୍ରାହୀନତା ଯୋଗୁ ମସ୍ତିଷ୍କର କାର୍ଯ୍ୟଧାରା ଧୀରେ ଧୀରେ ବିଗିଡିବାକୁ ଲାଗିଥାଏ। ପରେ ଏହା ଆଲଜିମର୍ସ ରୂପ ଧାରଣ କରିଥାଏ। କେବଳ ସେତିକି ନୁହେଁ, ଠିକ୍‌ ଭାବରେ ନିଦ ନ ହେଲେ ହୃଦ୍‌ଜନିତ ସମସ୍ୟା ଏପରିକି ବ୍ଲଡପ୍ରେସରର ସମ୍ମୁଖୀନ ହେବାର ଆଶଙ୍କା ରହିଛି।