ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ନିର୍ବାଚନ କମିଶନରଙ୍କ ନିୟମ ପ୍ରକାରେ ଜିଲାରେ ପର୍ଯ୍ୟାପ୍ତ ସଂଖ୍ୟକ ଫ୍ଲାଇଂ ସ୍କ୍ବାଡ ଟିମ ଗଠନ କରାଯାଇଛି । ସେହି ଦଳ ଦ୍ବାରା ୨୪ ଘଣ୍ଟା ଚଢାଉ କାର୍ଯ୍ୟ କରାଯାଉଛି । ବିଭିନ୍ନ ଯାନବାହନ ଯାଞ୍ଚ କରାଯାଉଛି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଯେପରି ଦେଖାଯିବ ନାହିଁ ସେଥି ସକାଶେ ପ୍ରଶାସନ ସଦା ଜାଗ୍ରତ ରହିଛି । ଜିଲାରେ ନିଯୁକ୍ତ ଥିବା ପର୍ଯ୍ୟବେକ୍ଷକଗଣ ସମସ୍ତ ଅଞ୍ଚଳ ଗସ୍ତକରି ନିର୍ବାଚନ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି । ଜନସାଧାରଣଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି ନିର୍ବାଚନ ସଂକ୍ରାନ୍ତରେ କୌଣସିଠାରେ କେହି ପ୍ରଲୋଭନ ଦେଖାଇ ଭୋଟର ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ନଜର ଆସିଲେ ଇ-ଭିଜିଲ ଆପ ରେ କିମ୍ବା ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଉଛି ।

Share