ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡରେ ମଙ୍ଗଳବାର କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଗାଡିମୋଟର ଯାଞ୍ଚ କରାଯାଇଛି। ଯାଞ୍ଚରେ ବିନା ଗାଡି କାଗଜପତ୍ର, ହେଲମେଟ, ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା, ଚାରିଚକିଆ ବା ତା ଠାରୁ ଉର୍ଦ୍ଧ୍ୱ ଭାରି ଗାଡି ଚଳାଇବା କିମ୍ବା ଡ୍ରାଇଭିଂ ବେଳେ ସିଟ ବେଲ୍ଟ ନ ପିନ୍ଧିବା ଆଦି ଦେଖାଯାଇଥିଲା। ଏଥିରେ ଖିଲାପକାରୀଙ୍କୁ ଜରିମାନା ସହ ତିନିଜଣ ମଦ୍ୟପ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସନ୍ସକୁ ରଦ୍ଦ କରାଯାଇଥିଲା। ମୋଟ ୧ ଲକ୍ଷ ୪୮ ହଜାର ଟଙ୍କା ଜରିମାନା ବାବଦକୁ ଅର୍ଥ ସଂଗ୍ରହ କରାଯାଇଥିବା ଜୁନିୟର ଏମଭିଆଇ ଶିବାନୀ ମାଝୀ କହିଛନ୍ତି। ଗାଡି ଚାଳକଙ୍କୁ ବ୍ରିଥ ଆନାଲେଇଜର ମାଧ୍ୟମରେ ନିଶାସକ୍ତ କି ନୁହଁ ତାହା ଯାଞ୍ଚ କରାଯାଇଥିଲା। ଶିବାନୀ କହିଛନ୍ତି ଯେ, ଲୋକଙ୍କୁ ସଚେତନ କରାଯିବା ସହ ହେଲମେଟ, ସିଟ ବେଲ୍ଟ ବ୍ୟବହାର ଆଦି ପରାମର୍ଶ ଦିଆଯାଇଛି। ପରିବହନ ବିଭାଗ ସହ ସ୍ଥାନୀୟ ପୋଲିସ ମଧ୍ୟ ଯାଞ୍ଚରେ ସାମିଲ ହୋଇଥିଲା।
Posted inଆମ ଜିଲା ଖବର, କନ୍ଧମାଳ