ବାରିପଦା ଅଫିସ,୨୫ା୨: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମ ଆଦିବାସୀ ସମ୍ପ୍ରଦାୟର ପୂଜାସ୍ଥଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ସହକାରୀ ଜିଲାପାଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ମୃତୟନ କରାଯାଇଛି।
ଗ୍ରାମର ଜାହିରା ପୂଜାସ୍ଥଳୀରେ ପୂଜାର୍ଚ୍ଚନା ପାଇଁ ଏକ ମାସ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା ା
ତେବେ କୌଣସି କାରଣରୁ ଗ୍ରାମର ଉପର ଓ ତଳ ସାହିର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ପରେ ଉତେଜନା ପ୍ରକାଶ ପାଇବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ରାମସଭା ହୋଇଥିଲା। ସଭାରେ କୌଣସି ସମାଧାନ ହୋଇ ନ ପାରିବାରୁ ଉଭୟ ପକ୍ଷରୁ ସଦରଥାନା ଓ ଜିଲା ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେବେ ସମାଧାନର ବାଟ ଫିଟିବାରେ ବିଳମ୍ବ ହେବାରୁ ପୂଜା କରିବାକୁ ନେଇ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାହିରା ସ୍ଥଳରେ ୧୪୪ଧାରା ଜାରି କରାଯାଇଛି ା