Categories: ରାଜ୍ୟ

ରତ୍ନଭଣ୍ଡାର ଭିତରେ ଅଛି କି ସାପ? ଜାଣନ୍ତୁ…

ଭୁବନେଶ୍ୱର,୩।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ କାର୍ଯ୍ୟ ଆସନ୍ତା ୮ତାରିଖରୁ ହୋଇପାରେ। ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍‌ ପଶାୟତ ଓ ଗସ୍ତରେ ଆସୁଥିବା ଓ ୫ ତାରିଖରେ ଯାଞ୍ଚ କମିଟି ବୈଠକ ବସିବାର ଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଚଳିତ ମାସ ୮ ତାରିଖଠାରୁ ୨୭ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୨୦ ଦିନ ଧରି ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ଗଣତିମଣତି କରାଯାଇପାରେ।

୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବ। ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ଏତେ ବର୍ଷ ଧରି ରତ୍ନଭଣ୍ଡାରବନ୍ଦ ରହିଥିବାରୁ ତା’ ଭିତରେ ସାପ ଥିବା ନେଇ ଚର୍ଚ୍ଚା ହୋଉଛି। ତେବେ ଯାଞ୍ଚ ଏହା ପ୍ରକୃତ ସତ୍ୟ ଜଣାପଡିବ।

ସରକାରଙ୍କ ପକ୍ଷରୁ ଅନେକ ସମୟରେ କୁହାଯାଇଛି କି, ଉପଯୁକ୍ତ ସମୟରେ ରତ୍ନଭଣ୍ଡାର ଖୋଲାହେବ। ମାତ୍ର କେଉଁ ସମୟରେ ଖୋଲାହେବ ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଉନାହିଁ। ରଥଯାତ୍ରା ପୂର୍ବରୁ ଜଷ୍ଟିସ ପଶାୟତଙ୍କ ପୁରୀ ଗସ୍ତ ଏବଂ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ଅବସ୍ଥାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ଓ ସୁରକ୍ଷା ଯୋଗାଇଦେବା ଆଦି ସୂଚନା ମିଳିବା ପରେ ଆସନ୍ତା ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚର୍ଚ୍ଚା ବଢିଛି।