Posted inଜାତୀୟ

କେଜିଏଫ୍‌ ଦେଖି ଏକାଥରକେ ଟାଣିଦେଲେ ପୂରା ପ୍ୟାକେଟ୍‌ ସିଗାରେଟ୍‌, ହସ୍ପିଟାଲରେ ୧୫ ବର୍ଷର ନାବାଳକ

ହାଇଦ୍ରାବାଦ,୨୮।୫: କେଜିଏଫ୍‌ ରିଲିଜ ହେବାର ଅନେକ ଦିନ ବିତିଯାଇଥିଲେ ହେଁ ଆଜିଯାଏ ତାର କ୍ରେଜ କମିନାହିଁ। ହେଲେ ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ ଫିଲ୍ମରୁ ସିଗାରେଟ୍‌ ଟାଣିବା କଳା ଶିଖିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ରକି ଭାଇ ଚରିତ୍ରକୁ ଅନୁସରଣ କରି ଜଣେ ୧୫ ବର୍ଷୀୟ ପ୍ରଶଂସକ ପୁରା ପ୍ୟାକେଟ ସିଗାରେଟ୍‌ ଟାଣି ଦେଇଥିଲେ। ଏହା ପରେ ଉକ୍ତ ନାବାଳକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନାବାଳକଜଣଙ୍କ ହାଇଦ୍ରାବାଦର। ତାଙ୍କୁ କେଜିଏଫ-୨ ପସନ୍ଦ ଆସିଥିଲା। ଏଥିପାଇଁ ସେ ଦୁଇ ଦିନରେ ଏହି ଫିଲ୍ମକୁ ତିନି ଥର ଲଗାତର ଦେଖିଥିଲେ। ଫିଲ୍ମ ଦେଖିବା ପରେ କେଜିଏଫ୍‌ର ଲିଡ୍‌ ଅଭିନେତା ୟଶଙ୍କ ସିଗାରେଟ ଟାଣିବା ତାକୁ ବେଶ ପ୍ରଭାବିତ କରିଥିଲା। ଏହାପରେ ନାବାଳକ ଜଣଙ୍କ ଏକାଥରକେ ପୂରା ପ୍ୟାକେଟ ସିଗାରେଟ ଟାଣି ନେଇଥିଲେ। ଫଳରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏପରିକି ତାଙ୍କ ଗଳାରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହାପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ପରେ ସେ ଅଧିକ ଗୁରୁତର ହେବା ପରେ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri