ପ୍ରେରଣା ପାଲଟିଛନ୍ତି ନିର୍ମଳା: ରଙ୍ଗବେରଙ୍ଗର କୋବି ଚାଷକରି ଚର୍ଚ୍ଚାରେ

ନିଶ୍ଚିନ୍ତକୋଇଲି,୫।୩: ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ସହ ସମକକ୍ଷ ହୋଇ ଏବେ ଚାଷ କରିବା ଆରମ୍ଭ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ଜଣେ ମହିଳା ଚାଷୀ ରଙ୍ଗ ବେରଙ୍ଗର କୋବି ଚାଷ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେବଳ ସେ ଚାଷ କରୁନାହାନ୍ତି ମହିଳାମାନଙ୍କୁ ସଙ୍ଗଠିତ କରି ସ୍ବାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି। ମହିଳା ଜଣକ ହେଲେ କଟରପଡା ପଞ୍ଚାୟତ ସାଙ୍କିଲୋ ଗ୍ରାମର ସୁଧାଂଶୁ ନାୟକଙ୍କ ସ୍ତ୍ରୀ ନିର୍ମଳା। ସେ କଟକ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନବିତ୍‌ ତୁଷାର ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ୨ ବର୍ଷ ପୂର୍ବେ ପ୍ରଶିକ୍ଷଣ ନେବାପରେ ଗ୍ରାମାଞ୍ଚଳରେ ପରିବା ଚାଷ ଆରମ୍ଭ କରିଥିଲେ। କ୍ଷେତରେ ସ୍ବାମୀଙ୍କ ସହାୟତାରେ ସେ ବିଭିନ୍ନ ପରିବା ଚାଷ କରିଥିଲେ। ତେବେ ଗତବର୍ଷ ବ୍ରୋକଲି (ନୀଳ କୋବି) ଚାଷ କରି ଚର୍ଚ୍ଚାକୁ ଆସଥିଲେ। ଚଳିତ ବର୍ଷ ନିର୍ମଳା ଏକ ଭିନ୍ନ ଧରଣ କୋବି ଚାଷ ଆରମ୍ଭ କରିଛନ୍ତି। ସେ ନିଜ କ୍ଷେତରେ ପାରମ୍ପରିକ କୋବି ସହ ବ୍ରୋକୋଲି, ରେଡ କ୍ୟାବେଜ(ନାଲି ବନ୍ଧାକୋବି) ଓ ଆକର୍ଷଣୀୟ ନାଲିରଙ୍ଗର ଫୁଲକୋବି ଚାଷ କରିଛନ୍ତି। ତାଙ୍କ କ୍ଷେତରେ ଧଳା, ନାଲି, ନୀଳ ଓ ସବୁଜ କୋବିର ସମ୍ଭାର ଦେଖିବାକୁ ମିଳିଛି। ଏହି ଚାଷ ପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କରୁଛନ୍ତି। ଗତ ବର୍ଷ ବିହନ ଆଣି ଚାରା କରି ନାଲି ଫୁଲ କୋବି ପାଇଁ ଗଛ ଲଗାଇଥିଲେ ମଧ୍ୟ କୋବିରେ ଫୁଲ ଧରି ନ ଥିଲା। ଏହାପରେ ସେ ଉଦ୍ୟାନବିତ୍‌ଙ୍କ ସହ ଯୋଗାଯୋଗ କରି ପୁନର୍ବାର ଏହି ଚାଷ କରି ସଫଳତା ପାଇଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ କ୍ଷେତରେ ପରୀକ୍ଷାମୂଳକଭାବେ ହଳଦିଆ କଖାରୁ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ସାଧାରଣ କଖାରୁ ପ୍ରାରମ୍ଭିକ ଅବସ୍ଥାରେ ସବୁଜ ଓ ପରିପକ୍ୱ ହେଲେ ହଳିଦଆ ଦେଖାଯାଉଥିବା ବେଳେ ଏହି କଖାରୁ କଷି ବେଳଠାରୁ ପରିପକ୍ୱ ହେବା ପର୍ଯ୍ୟନ୍ତ ହଳଦିଆ ରଙ୍ଗ ହୋଇଥାଏ। ତାଙ୍କର ଏହି ସ୍ବତନ୍ତ୍ର ଚାଷ ପ୍ରଣାଳୀ ଅନ୍ୟ ଚାଷୀଙ୍କୁ ମଧ୍ୟ ଆକୃଷ୍ଟ କରିଛି। ବହୁ ପରିବା ଚାଷୀ ତାଙ୍କ କ୍ଷେତକୁ ଯାଇ ଚାଷ ପ୍ରଣାଳୀ ସମ୍ବନ୍ଧରେ ବୁଝୁଛନ୍ତି। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସେ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଚାଷ ତାଙ୍କୁ ସୁନାମ ଦେଇଥିବାବେଳେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇ ଆତ୍ମସନ୍ତୋଷ ପାଉଛନ୍ତି ବୋଲି ନିର୍ମଳା କହିଛନ୍ତି। ଗତ ବର୍ଷ କୁଆପଥର ମାଡ଼ରେ ବହୁ କୋବି ନଷ୍ଟ ହୋଇଯାଇଥିଲା। ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡ଼ିିଥିଲା। ଏହାସେତ୍ତ୍ୱେ ସେ ଚାଷ ପ୍ରତି ବିମୁଖ ହୋଇନାହାନ୍ତି। ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଗଲେ ସେ ଚାଷ କାର୍ଯ୍ୟରେ ଅଧିକ ସଫଳତା ପାଇବା ସହ ଅନ୍ୟ ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସରକାର ନିର୍ମଳାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ଓ ଚାଷୀ ସଙ୍ଗଠନ ଦାବି କରିଛନ୍ତି।
ଏସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା କୁହନ୍ତି ନିର୍ମଳା ରଙ୍ଗବେରଙ୍ଗର କୋବି ଚାଷ କରି ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅହରହ ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ପଚାରିଲେ ବିଦ୍ୟୁତ୍‌ କର୍ମଚାରୀ କହୁଛନ୍ତି…

ନିରାକାରପୁର,୨୩ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଦୁର୍ଘଟଣା ରୋକାଯିବା ସହିତ ଦୂର ସ୍ଥାନକୁ କିଭଳି ଶୀଘ୍ର ତଥା ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ରାଜରାସ୍ତାର ଅନେକ ସ୍ଥାନରେ...

ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗାନର୍ସରୀରେ ରଖାଯାଇଥିବା ୩ମାସର ଛୁଆହାତୀକୁ ବନ ବିଭାଗର ‘ରକ୍ଷକ’ ଯାନରେ ଶନିବାର ଚନ୍ଦକା ସ୍ଥାନାନ୍ତର...

କୋଠରିରେ ତାଲା ପକାଇ ସ୍ବାମୀଙ୍କୁ ରଖିଥିଲେ ସ୍ତ୍ରୀ: ଆଠ ଦିନପରେ ହେଲେ ଉଦ୍ଧାର

ମୋହନା,୨୩ା୧୧(ମନ୍ନମଥ ମିଶ୍ର): ସ୍ବାମୀଙ୍କୁ ୮ ଦିନ ଏକ କୋଠରିରେ ତାଲା ପକାଇ ରଖିଥିଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା...

ଗାଁ ରାସ୍ତାରେ ବାଘ ପାଦ ଚିହ୍ନ: ଭୟଭୀତ ଗ୍ରାମବାସୀ

ମୋହନା,୨୩ା୧୧(ମନ୍ମଥ ମିଶ୍ର): ପୁଣି ବାଘ ଆତଙ୍କ। ଘାଟି ନିକଟ ଗାଁ ରାସ୍ତାରେ ବାଘ ପାଦ ଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଗଜପତି ଜିଲା ମୋହନା...

ଆସିଲା ଜିପିଆର-ଜିପିଏସ୍‌ ସର୍ଭେ ରିପୋର୍ଟ: ଏଥିରେ ରହିଛି…

ପୁରୀ,୨୩ା୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏଏସ୍‌ଆଇ ପକ୍ଷରୁ କରାଯାଇଥିବା ଜିପିଆର୍‌-ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ...

ପଦାକୁ ଆସିଲା ନବଜାତ ଶିଶୁକନ୍ୟା ବିକ୍ରି: ଜେଲ ଗଲେ ୩ ଅଭିଯୁକ୍ତ

ଲାଠୋର,୨୩ା୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ଅଞ୍ଚଳର ଏକ ନବଜାତ ଶିଶୁକନ୍ୟା ବିକ୍ରି ହେବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଘଟଣାରେ...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri