Advertisement
Categories: ଜାତୀୟ

ଫିଲ୍ମୀ ଷ୍ଟାଇଲ୍‌ରେ ହାତୀକୁ ଚୁମ୍ବନ କରିବାକୁ ଉଦ୍ୟମ: ହସ୍ପିଟାଲରେ ପହଞ୍ଚିଲେ ଯୁବକ

କୋଲାର,୨।୫: ନିଶାରେ ମାତାଲ ଥିବା ୨୪ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଲା ହାତୀକୁ ଚୁମ୍ବନ ଦେବା ଉଦ୍ୟମ। ଚୁମ୍ବନ ଦେବାକୁ ହାତୀ ନିକଟରେ ପହଞ୍ଚିବା ତାର ପରିଣାମ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଦେଇଛି। ଏହି ଘଟଣା କର୍ନାଟକର ବେଙ୍ଗାଲୁରରୁ ପ୍ରାୟ ୫୦ କିଲୋମିଟର ମାଲୁର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ସପ୍ତାହରୁ ଉକ୍ତ ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଥିଲେ। ଗଁାରେ ଲାଗିଥିବା ଗଛ ଗୁଡିକୁ ଖାଇବା ସହ ଚାଷ ଜମିକୁ ନଷ୍ଟ କରିଦେଇଥିଲେ। ଏନେଇ ଗଁ। ଲୋକେ ବନବିଭାଗକୁ ଖବର ଦେଇଥିବା ବେଳେ ହାତୀ ପଲଙ୍କୁ ଧରିବା ପାଇଁ ବନବିଭାଗଙ୍କୁ ବହୁ କସରତ କରିବାକୁ ପଡ଼ିଥିଲା। ବୁଧବାର ବନବିଭାଗ କର୍ନାଟକ-ତାମିଲନାଡୁ ବର୍ଡରରେ ଥିବା ଏକ ଜଙ୍ଗଲରେ ହାତୀ ପଲଙ୍କୁ ଛାଡିବା ପାଇଁ ଉଦ୍ୟମ ଚଳାଇଥିଲେ। ସେହି ସମୟରେ ଏକ ଗଁାରେ ହାତୀ ପଲଙ୍କ ସହ ସେଲଫି ଉଠାଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଭିଡ଼କୁ ଦେଖି ହାତୀପଲ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେହି ସମୟରେ ରାଜୁ ନାମକ ଯୁବକ ନିଶାରେ  ମାତାଲ ହୋଇ ହାତୀକୁ ଚୁମ୍ବନ ଦେବାକୁ ଉଦ୍ୟମ କରିବା ବେଳେ ଉତ୍ତ୍ୟକ୍ତ ହାତୀ ତାଙ୍କୁ କିଛି ଦୂରକୁ ଉଠାଇ କଚାଡି ଦେଇଥିଲା। ଦଳିବାକୁ ଚେଷ୍ଟା କରୁଥିବା ବେଳେ ଗଁ। ଲୋକେ ତାଙ୍କୁ ଉଦ୍ଧାର କରିନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣା କିଛି ସମୟ ପୂର୍ବରୁ ରାଜୁ ତାଙ୍କ ସାଙ୍ଗମାନଙ୍କୁ କନ୍ନଡ ଫିଲ୍ମ ବିଷୟରେ କହୁଥିଲେ, ଯେଉଁଥିରେ ହିରୋ ଗୋଟିଏ ହାତୀକୁ ଚୁମ୍ବନ କରିଥାଏ ବୋଲି ଗଁ। ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share