Posted inଜାତୀୟ

ଯୁଦ୍ଧରୁ ଅସ୍ଥିରତା, ଅର୍ଥପୀଡ଼ା

ନୂଆଦିଲ୍ଲୀ,୧୧ା୧୦ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଅନେକ ଦଶନ୍ଧି ଧରି କୁହୁଳୁଥିବା ଅସନ୍ତୋଷର ନିଅଁା ୨୦୨୩ ଅକ୍ଟୋବର ୬ରେ ହୁ ହୁ ଜଳିଉଠିଥିଲା। ଗାଜା ଶାସକ ହମାସ୍‌ ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ ଉପରେ ୫ ହଜାରରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଥିଲା। ଇରାନ୍‌ ସମର୍ଥତ୍ତ ହମାସ୍‌ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ପଣ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଧିବଦ୍ଧ ଯୁଦ୍ଧର ନିର୍ଦ୍ଦେଶ ଦେଲେ। ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୨ ହଜାର ଲୋକ ନିହତ ହେଲେଣି। ଜାତିସଂଘର ଏକ ରିପୋର୍ଟ ଅନୁସାରେ ଗାଜାରୁ ପ୍ରାୟ ୨ ଲକ୍ଷ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୦୧୪ ପରେ ସର୍ବାଧିକ। ୟୁଏନ୍‌ କୋଅର୍ଡିନେଶନ୍‌ ଅଫ୍‌ ହ୍ୟୁମାନିଟାରିଆନ୍‌ ଆଫେୟାର୍ସ ଅଫିସ ତଥ୍ୟାନୁସାରେ, ସୋମବାର ସୁଦ୍ଧା ଗାଜାରୁ ୧୮୭,୫୧୮ ଲୋକଙ୍କୁ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ୟୁଏନ୍‌ଆର୍‌ଡବ୍ଲ୍ୟୁଏର ୮୩ ସ୍କୁଲରେ ୧୩୭,୪୨୭ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ଯୁଦ୍ଧର ଚତୁର୍ଥ ଦିନ ଇସ୍ରାଏଲ ପକ୍ଷରୁ ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନର ବାଟ ବନ୍ଦ କରାଯିବା ଏବଂ ଆକାଶମାର୍ଗରୁ ତୁହାକୁ ତୁହା ଏୟାରଷ୍ଟ୍ରାଇକ୍‌ ହମାସ୍‌ ବିଦ୍ରୋହୀଙ୍କୁ ଆହୁରି ରକ୍ତମୁଖା କରିଦେଇଛି। ଏହି ସଂଘର୍ଷ କେବଳ ସମ୍ପୃକ୍ତ କ୍ଷେତ୍ରରେ ମାନବୀୟ ସଙ୍କଟ ସୃଷ୍ଟି କରିନାହିଁ, ବରଂ ସାରା ବିଶ୍ୱରେ ଏକ ସମ୍ଭାବ୍ୟ ଆର୍ଥିକ ସଂଘାତର କାରଣ ପାଲଟିଛି। ଏହାକୁ ଦେଖି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ସତର୍କ କରାଇଛି। ଆଇଏମ୍‌ଏଫ୍‌ ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଉଚ୍ଚ ସୁଧହାର ଲଗାଯିବା, ୟୁକ୍ରେନ୍‌ ଯୁଦ୍ଧ ଲମ୍ବିଚାଲିବା ଏବଂ ଭୂରାଜନୈତିକ ଫାଟର ବ୍ୟବଧାନ ବଢ଼ିବା ଯୋଗୁ ବିଶ୍ୱ ଅର୍ଥନୀତି ଗତିଶୀଳତା ହରାଇସାରିଛି। ଚଳିତବର୍ଷ ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧି ୩% ଥିବାବେଳେ ୨୦୨୪ରେ ଏହା ୨.୯%କୁ ଖସିବ। ମଧ୍ୟପ୍ରାଚ୍ୟରେ ନୂଆ ଯୁଦ୍ଧ ଲମ୍ବିଚାଲିଥିଲେ ନୀତି ନିର୍ଦ୍ଧାରକମାନଙ୍କ ଯୋଜନା ସଫଳ ହୋଇ ନ ପାରେ। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗାଙ୍କ ମତରେ ବର୍ତ୍ତମାନ ଅର୍ଥନୀତିଗୁଡ଼ିକ ପାଇଁ ଭଙ୍ଗୁର ସ୍ଥିତି ରହିଛି। ଯୁଦ୍ଧ ଜାରି ରହିଲେ ସୁଧହାର ହ୍ରାସ ପାଇଁ ଚିନ୍ତା କରୁଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସକାଶେ ଆହ୍ବାନ ସୃଷ୍ଟି ହେବ। ମୁଦ୍ରାସ୍ପୀତି ନିୟନ୍ତ୍ରଣ ଓ ମାନ୍ଦାବସ୍ଥାକୁ ଏଡ଼ାଇବା କଷ୍ଟକର ହୋଇପଡ଼ିବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ୟୁକ୍ରେନ୍‌ ଯୁଦ୍ଧ ଭଳି ସୁଦୂରପ୍ରସାରୀ ହୋଇ ନ ପାରେ। କିନ୍ତୁ ସଦ୍ୟ ସଂଘର୍ଷ ଯୋଗୁ ତୈଳ ଓ ଖାଦ୍ୟ ଦର ବଢ଼ିଛି। ଲଣ୍ଡନ୍‌ ବିଜନେସ୍‌ ସ୍କୁଲ ପ୍ରଫେସର ତଥା ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମହାନିର୍ଦ୍ଦେଶକ ଲୁକ୍ରେଜିଆ ରିଚ୍‌ଲିନ୍‌ କହିଛନ୍ତି, ତୈଳ ଦର ବଢ଼ିଲେ ଆମେରିକାର ଫେଡେରାଲ ରିଜର୍ଭ ଓ ଅନ୍ୟ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ରେପୋ ରେଟ୍‌ ବଢ଼ାଇବାକୁ ବାଧ୍ୟହେବେ। କାରଣ ଶକ୍ତି କ୍ଷେତ୍ରରେ ଅନେକ ଦେଶ ଉଭୟ ରୁଷିଆ ଓ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ।
ଯୁଦ୍ଧ ଲମ୍ବିଲେ ଇରାନ ଓ ସାଉଦି ଆରବ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରୁ ହୋର୍ମୁଜ, ବବ୍‌-ଏଲ୍‌-ମାଣ୍ଡବ ଓ ସୁଏଜ୍‌ କେନାଲ ଦେଇ ଇନ୍ଧନ ପରିବହନ ବାଧାପ୍ରାପ୍ତ ହେବ। ଏହାଦ୍ୱାରା ଅଏଲ୍‌ ଏବଂ ଇକ୍ୱିଟି ମାର୍କେଟ ପ୍ରଭାବିତ ହେବ ବୋଲି ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାଶନାଲ ସେଟଲମେଣ୍ଟ୍‌ସ ଜେନେରାଲ ମ୍ୟାନେଜର ଅଗଷ୍ଟିନ୍‌ କାର୍ଷେନ୍ସ କହିଛନ୍ତି। ଯୁଦ୍ଧ, ଆର୍ଥିକ ଅସ୍ଥିରତା, ସଙ୍କଟ ଓ ସଂଘର୍ଷ ସମୟରେ ୟୁଏସ୍‌ ଟ୍ରେଜେରିକୁ ସୁରକ୍ଷିତ ମନେକରାଯାଇଥାଏ। ସୁଧହାର ହ୍ରାସ ଖାଉଟି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ଆଶ୍ୱସ୍ତି ଆଣିଦେଇପାରେ। କିନ୍ତୁ ସଦ୍ୟ ଯୁଦ୍ଧ ଯୋଗୁ ଆମେରିକୀୟ ବଣ୍ଡ୍‌ ପ୍ରାଇସ୍‌ ବଢ଼ିବାରେ ଲାଗିଛି, ଯାହାକି ଏକ ଅଶୁଭ ସଙ୍କେତ। ଅନ୍ୟପକ୍ଷେ ଆମେରିକା ଟ୍ରେଜେରି ସେକ୍ରେଟାରି ଜନେଟ୍‌ ଏଲ୍‌. ୟେଲେନ୍‌ କହିଛନ୍ତି, ଏଭଳି ଜଟିଳ ଆର୍ଥିକ ଚ୍ୟାଲେଞ୍ଜର ସମାଧାନ ଦିଗରେ ଚାଇନା ବଡ଼ ଭୂମିକା ନେଇପାରେ। ତେବେ ନୂଆ ଆହ୍ବାନ ଆମେରିକା ଉପରେ ମାନ୍ଦାବସ୍ଥା ବଡ଼ ବୋଝ ସାଜିବ ନ ପାରେ। ତେବେ ହମାସ ସମର୍ଥନରେ ବାହାରିଥିବା ଇରାନ ଓ ମଧ୍ୟପ୍ରାଚ୍ୟ ଏହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ ହେଲେ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri