ଆପଲ ସିଇଓ ଟିମ କୁକଙ୍କ ଫେକ ଆକାଉଣ୍ଟ ଡିଲିଟ କଲା ଇନଷ୍ଟାଗ୍ରାମ

ଓ୍ବାଶିଂଟନ,୨୮।୮: ସୋସିଆଲ ମିଡିଆରେ ବହୁ ବଡ ବଡ ଲୋକଙ୍କ ଫେକ ଆକାଉଣ୍ଟ ମଧ୍ୟ ଦେଖିବାକୁ ମିଳିଥାଏ। ଇନଷ୍ଟାଗ୍ରାମ ନିକଟରେ ଟେକ୍ନୋଲୋଜି କମ୍ପାନୀ ଆପଲର ସିଇଓ ଟିମ କୁକଙ୍କ ଫେକ ଆକାଉଣ୍ଟକୁ ଡିଲିଟ କରିଛି। , ଏହି ନକଲି ଆକାଉଣ୍ଟ tim.d.cook ନାମରେ ଚାଲୁଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନକଲି ଆକାଉଣ୍ଟରେ ଏପଲ କମ୍ପାନୀର ଲିସା ଜ୍ୟାକସନ (ପରିବେଶ, ନୀତି ଏବଂ ସାମାଜିକ ପଦକ୍ଷେପ ପାଇଁ ଆପଲ ଭିପି) ଏବଂ ଆପଲ କମ୍ପାନୀର ଆଲାନ ଡାଏ (ହ୍ୟୁମାନ ଇଣ୍ଟରଫେସ ଡିଜାଇନ) ପରି ଆପଲ ଭିପି ଅନ୍ତର୍ଭୁକ୍ତ।
ଖବର ଅନୁଯାୟୀ, 9to5Mac ଏହି ନକଲି ଆକାଉଣ୍ଟକୁ ଚିହ୍ନଟ କରିଛି। ଏଥିରେ ବହୁ ସଂଖ୍ୟକ ଫଲୋୟର୍ସ ଜଡିତ ଥିଲେ। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ, ଟିମ କୁକ ୨୦୧୩ ଠାରୁ କେବଳ ଟୁଇଟର (ବର୍ତ୍ତମାନ ଏକ୍ସ) ବ୍ୟବହାର କରୁଛନ୍ତି। ଅନେକ ପ୍ଲାଟଫର୍ମରେ ଆପଲ ଏହାର ଅଫିସିଆଲ ସୋସିଆଲ ମିଡିଆ ଉପସ୍ଥିତି ବଜାୟ ରଖେ। ଆପଲର ବହୁ ବରିଷ୍ଠ ଅଧିକାରୀ ଟିକଟକ, ଫେସବୁକ ଏବଂ ଇନଷ୍ଟାଗ୍ରାମ ସହିତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଂଯୁକ୍ତ ଅଟନ୍ତି। କୁକ ଏକ୍ସରେ ସକ୍ରିୟ ଅଛନ୍ତି।

Share