Categories: ଫୁରସତ

ପିତାଙ୍କ ମୃତଦେହ ସାମ୍ନାରେ ଫଟୋଶୁଟ କଲେ ମଡେଲ, ଫଟୋ ଭାଇରାଲ ପରେ…

ଆଜିକାଲିର ଅତ୍ୟାଧୁନିକ ଯୁଗରେ ଲୋକପ୍ରିୟ ହେବାର ନିଶା ସମସ୍ତଙ୍କୁ ଘାରିଛି। ଏଥିପାଇଁ କେହି କେହି ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଥିବା ବେଳେ ଆଉ କିଏ ଅଜବ ହରକତ କରିଥାନ୍ତି। ଫଳରେ ଲୋକମାନେ ତାଙ୍କର ମଜା ଉଡାଇବା ସହ କଟାକ୍ଷ କରିଥାନ୍ତି। ସେଭଳି କିଛି ଘଟିଛି ଇନ୍‌ଷ୍ଟାଗ୍ରାମ ମଡେଲଙ୍କ ସହ। ସେ ନିଜ ବାପାଙ୍କ ମୃତଦେହ ନିକଟରେ ଗ୍ଲାମର୍ସ ଫଟୋଶୁଟ କରାଇଥିଲେ। ସୋସିଆଲ ମିଡିଆରେ ଉକ୍ତ ଫଟୋ ଭାଇରାଲ ପରେ ବ୍ୟବହାରକାରୀ ତାଙ୍କର ଭତ୍ସନା କରୁଛନ୍ତି।

ଫ୍ଲୋରିଡାରେ ରହୁଥିବା ଫିଟନେସ୍‌ ମଡେଲ ଜେନେ ରିଭେରା ଏବେ ଚର୍ଚ୍ଚାରେ। ସେ ନିଜର ଇନଷ୍ଟଗ୍ରାମରେ ବାପାଙ୍କ ଫଟୋ ଶେୟାର କରିଥଲେ। ଏଥିରେ ସେ ବାପାଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ମୃତଦେହ ନିକଟରେ ପୋଜ୍‌ ଦେଇ ଫଟୋ ଉଠାଇବାକୁ ନେଇ ଲୋକେ ରାଗି ଯାଇଥିଲେ। ପରେ ଫଟୋଗୁଡ଼ିକ ଭାଇରାଲ ହେବା ସହ ସମସ୍ତେ କଟୁ ପ୍ରତିକ୍ରିୟା ଦେଇ ଟ୍ରୋଲ କରିଥିଲେ।

ଫଟୋରେ ବି ଆପଣ ଦେଖିପାରିଥିବେ କେଉଁଭଳି ଭାବେ ମଡେଲ କଳା ରଙ୍ଗର ପୋଷାକ ପିନ୍ଧି ହସି ହସି ପୋଜ୍‌ ଦେଉଛନ୍ତି। ବାପାଙ୍କ ମୃତ୍ୟୁର ଦୁଃଖ ଟିକିଏ ବି ଜଣାପଡ଼ୁନାହିଁ। ଏହା ଅସଭ୍ୟ ଏବଂ ଅନୁଚିତ ବୋଲି ଲୋକେ କହୁଛନ୍ତି।

Share