ବାଲେଶ୍ୱର ଅଫିସ,୨୮।୧୧- ବାଲେଶ୍ୱର ସହର ୮ନଂ ୱାର୍ଡ଼ରେ ଥିବା ସର୍ବ ପୁରାତନ ହରଗଙ୍ଗା ପୋଖରୀ ମଝିରେ ଏଦଖିବାକ ୨୨ ଫୁଟ୍ ଉଚ୍ଚତା, ୧୫ଫୁଟ୍ ଓସାର ଓ ଅଢ଼େଇ ଟନ୍ ଓଜନର ମହାଦେବଙ୍କ ଯୋଗମୁଦ୍ରାର ମୂର୍ତ୍ତି ଶନିବାର ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ପୁଷ୍କରିଣୀ ସଂସ୍କାର ଯୋଜନାରେ ଏହି ମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରସ୍ତର ଶିଳ୍ପୀ ଉପନ୍ଦ୍ରେ ନାଥ ଗିରିଙ୍କ ତତ୍ତ୍ୱାବଧାନରେ ୭ଜଣ ପ୍ରସ୍ତର ଶିଳ୍ପୀ ଦୀର୍ଘ ୫ ମାସ ଧରି ଫାଇବର ଗ୍ଲାସରେ ଉକ୍ତ ମୂର୍ତ୍ତିକୁ ନିର୍ମାଣ କରିଛନ୍ତି। ଏହି ମୂର୍ତ୍ତିର ମୂଲ୍ୟ ୧୫ଲକ୍ଷ ଟଙ୍କା। ପୂର୍ବତନ କାଉନସିଲର୍ ତଥା ଯୁବନେତା ମନୋଜ ରାଉତଙ୍କ ତତ୍ତ୍ୱାବଧାନରେ ଶନିବାର ମୂର୍ତ୍ତିଟି ପୋଖରୀ ଭିତରେ ସ୍ଥାପନ କରାଯାଇଛି।