ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାପମାତ୍ରା ଜାଣିବା ପାଇଁ ଓଡ଼ିଶାରେ ଆଉ ୮ ଜିଲାରେ ମାନୁଆଲ ସର୍ଫେସ୍ ଅବ୍ଜରଭେଟର ସ୍ଥାପନ କରାଯାଇଛି। ପୂର୍ବରୁ ୨୦୨୦-୨୧ରେ ନୟାଗଡ଼, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, ଭଦ୍ରକ ଓ ଯାଜପୁରରେ ଏହା ସ୍ଥାପନ କରାଯାଇଥିଲା। ଚଳିତବର୍ଷ ଏପ୍ରିଲରେ ଢେଙ୍କାନାଳ, ଦେବଗଡ଼, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ଖୋର୍ଦ୍ଧା ଏବଂ ନବରଙ୍ଗପୁରରେ ମାନୁଆଲ ଅବ୍ଜରଭେଟର ସ୍ଥାପନ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମାନୁଆଲ ଅବ୍ଜରଭେଟର ସଂଖ୍ୟା ୩୮ରେ ପହଞ୍ଚତ୍ଛି। ଏଥିସହ ଏହା ରାଜ୍ୟର ସବୁ ଜିଲାରେ ଏବେ ଉପଲବ୍ଧ ହୋଇପାରିଛି। ଏଥିମଧ୍ୟରୁ ୧୦ଟି ସମ୍ପୂର୍ଣ୍ଣ ପାଣିପାଗ ବିଭାଗ ଦ୍ୱାରା ପରିଚାଳନା ହେଉଥିବାବେଳେ ବାକି ୨୮ଟି ସରକାରଙ୍କ ସହଯୋଗରେ ପରିଚାଳିତ ହେଉଛି।