Categories: ଜାତୀୟ

ପୂର୍ବ-ପଶ୍ଚିମ ସୀମାରେ କ୍ୟାମେରା ଲଗାଇବା ଦ୍ୱାରା ବୃଦ୍ଧି ପାଇଛି ସୁରକ୍ଷା ବ୍ୟବସ୍ଥା: ବିଏସଏଫ୍‌ ମହାନିର୍ଦ୍ଦେଶକ…

ନୂଆଦିଲ୍ଲୀ,୩୦।୧୧ : ସୀମା ସୁରକ୍ଷା ବଳ (ବିଏସଏଫ) ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂ ବୁଧବାର କହିଛନ୍ତି ଯେ ପୂର୍ବ ଏବଂ ପଶ୍ଚିମ ସୀମାରେ ସମସ୍ତ ପ୍ରକାର କ୍ୟାମେରା ଲଗାଇବା ଦ୍ୱାରା ତଦାରଖ କାର୍ଯ୍ୟ ତ୍ୱରାନୱିତ ହୋଇଛି। ସ୍ବଳ୍ପ ମୂଲ୍ୟର ବୈଷୟିକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି।

ବିଏସଏଫ ଡିଜି କହିଛନ୍ତି, ଏଥିପାଇଁ ଆମକୁ ପ୍ରାୟ ତିରିଶ କୋଟି ଟଙ୍କା ମିଳିଛି। ଚଳିତ ବର୍ଷ ପ୍ରାୟ ୫,୫୦୦ କ୍ୟାମେରା ଲଗାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଅନୁପ୍ରବେଶ କିମ୍ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ଉପରେ ଦିନରାତି ନଜର ରଖିବା ପାଇଁ ଆମେ ଡ୍ରୋନ ବ୍ୟବହାର କରୁଛୁ। ଏହା ଦ୍ୱାରା ସୀମା ସୁରକ୍ଷା ସୁଦୃଢ଼ ହୋଇ ପାରିଛି।

Share