ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍‌ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୟୁପିଆଇ ଲାଇଟ ମାଧ୍ୟମରେ ଅଫଲାଇନ କାରବାରକୁ ୨୦୦ରୁ ୫୦୦କୁ ବୃଦ୍ଧି କରିଛି। ଶୁକ୍ରମାର ଏକ ନିର୍ଦ୍ଦେଶାନାମା ଜାରି କରି ଆରବିଆଇ କହିଛି, ଦେଶର ଯେଉଁ ଅଞ୍ଚଳରେ ଇଣ୍ଟରନେଟ ନାହିଁ କିମ୍ବା ନେଟଓ୍ବାର୍କ ଦୁର୍ବଳ ସେଠାରେ ୟୁପିଆଇ ଲାଇଟ ମାଧ୍ୟମରେ ଅଫଲାଇନ ମୋଡରେ ୫୦୦ଟଙ୍କା ଯାଏଁ କାରବାର କରିହେବ।

ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ କିମ୍ବା ମୋବାଇଲ ଫୋନ ଅଛି ସେମାନଙ୍କ ପାଇଁ ଅଫଲାଇନ ପେମେଣ୍ଟ ସୁବିଧା ସେପ୍ଟେମ୍ବର ୨୦୨୨ ଆରମ୍ଭ କରାଯାଇଥିଲା। ଏଥିପାଇଁ ଏକ ନୂତନ ଇଣ୍ଟିଗ୍ରେଟେଡ ପେମେଣ୍ଟ ପ୍ଲାଟଫର୍ମ ୟୁପିଆଇ ଲାଇଟ ଆରମ୍ଭ କରାଯାଇଥିଲା। ଆରମ୍ଭ ସମୟରେ ୨୦୦ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା।

Share