୫ବର୍ଷ ବଦଳରେ ଅଢ଼େଇ ବର୍ଷରେ ରେଞ୍ଜର ହେବେ ଏସିଏଫ୍‌

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଏବେ ବନ ବିଭାଗରେ କାର୍ଯ୍ୟରତ ରେଞ୍ଜରମାନଙ୍କୁ ୫ବର୍ଷ ବଦଳରେ ଅଢ଼େଇ ବର୍ଷ ଚାକିରି କରିବା ପରେ ଏସିଏଫ୍‌ ର଼୍ୟାଙ୍କ୍‌କୁ ପଦୋନ୍ନତି ମିଳିପାରିବ। ରେଞ୍ଜରଙ୍କ ପଦୋନ୍ନତି ସମୟ ସୀମା ହ୍ରାସ କରିବାକୁ ଗତ ୧୩ତାରିଖରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଚିଠି ନମ୍ବର ୨୨୧୯୦ରେ ବିଭାଗୀୟ ଅତିରିକ୍ତ ସଚିବ ଊଷାରାଣୀ ଦାସ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ସେକ୍ରେଟାରୀଙ୍କୁ ଅନୁରୋଧ କରିଥିଲେ। ବିଶେଷକରି ଏହି ପରିବର୍ତ୍ତନ ଗୋଟିଏ ବର୍ଷ ପାଇଁ କରିବାକୁ କୁହାଯାଇଥିଲା। ଉକ୍ତ ଅନୁରୋଧକୁ ଗତ ୨୬ତାରିଖରେ ଓପିଏସ୍‌ସି ପକ୍ଷରୁ ଅନୁମୋଦନ କରାଯିବା ସହ ପତ୍ର ସଂଖ୍ୟା ୧୧୫୫୬/୨୬।୧୨।୨୨ରେ ବିଭାଗୀୟ ଅତିରିକ୍ତ ସଚିବଙ୍କୁ ଜଣାଇ ଦିଆଯାଇଛି। ତେବେ ରାଜ୍ୟରେ ବନ୍ୟପ୍ରାଣୀ-ମଣିଷ ଦ୍ୱନ୍ଦ୍ୱ, ହାତୀ ଶିକାର, ବାଘ ଶିକାର, ହାତୀଙ୍କୁ ମାରି ପ୍ରମାଣ ନଷ୍ଟ ଉଦ୍ୟମ ଆଦି ଘଟଣାରେ ବନ କର୍ମଚାରୀ ସମ୍ପୃକ୍ତ ହେବା ଘଟଣା ଦିନକୁ ଦିନ ବଢ଼ୁଥିବାବେଳେ ଏଥିରେ ବନ ବିଭାଗର କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଛି। ଏପରି କି ୨୦୨୨ ବର୍ଷ ହାତୀ ବଂଶ ପାଇଁ ଖରାପ ବର୍ଷ ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଏଭଳି ସ୍ଥିତିରେ ବନ ବିଭାଗରେ ରେଞ୍ଜରମାନଙ୍କ ପଦୋନ୍ନତି ସମୟ ସୀମାକୁ ହ୍ରାସ କରାଯିବା ଘଟଣା ପରିବେଶବିତ୍‌ ମହଲରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ଦଳକୁ ଭୁଲିଯିବେ: ପୃଥ୍ବୀରାଜ

ଭୁବନେଶ୍ୱର,୨୭।୧୨: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ମନ୍ତ୍ରୀମାନଙ୍କୁ ୩୦ ଜିଲାର ଦାୟିତ୍ୱ...

ପୁଣି ଆସୁଛି ବର୍ଷା! ଏହି ସବୁ ଜିଲାରେ ଛେଚିବ

ଭୁବନେଶ୍ୱର,୨୭।୧୨: ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ ତାରିଖରେ...

ସଫେଇ ଦେଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ, ମୋର କୌଣସି ଏକ୍ସ…

ଭୁବନେଶ୍ୱର,୨୭।୧୨: ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ଚେହେରା ଭି.କେ.ପାଣ୍ଡିଆନ ରାଜନୀତିରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗିରହିଥାଏ। ନିକଟରେ ଶେଷ...

ନଦୀପଠାରୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ: ଅପହରଣ ପରେ କରିଥିଲେ ହତ୍ୟା, ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବାରିପଦା,୨୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସଦର ଥାନା ଅଧୀନ ଗୁମୁ ଗ୍ରାମ ନିକଟସ୍ଥ ବୁଢାବଳଙ୍ଗ ନଦୀପଠାରୁ ଜନୈକ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri