ଆମ୍ବୁଲାନ୍ସ ବଦଳରେ ମୃତଦେହ ବାଇକ୍‌ରେ ଗଲା

ନୟାଗଡ଼,୧୭ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗୁରୁବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହକୁ ପରିବାର ସଦସ୍ୟମାନେ ଆମ୍ବୁଲାନ୍ସ ବଦଳରେ ବାଇକ୍‌ ଯୋଗେ ନିଜ ଘରକୁ ନେଇ ଯାଇଥିଲେ। ତେବେ ମୃତଦେହ ଘରେ ପହଞ୍ଚତ୍ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା କରୁଥିବା ଡାକ୍ତର, ଚିକିତ୍ସାଳୟ ମ୍ୟାନେଜର, ହେଲପ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଜାଣି ପାରି ନ ଥିଲେ। ଚିକିତ୍ସାଳୟରେ ଯେ କେହି ମଲେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବାର ନିୟମ ରହିଛି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରାଇିବାର ନିୟମ ରହିଛି। ତେବେ ଡାକ୍ତର ରୋଗୀଙ୍କ ମୃତ୍ୟୁ ନେଇ ଅବଗତ କରାଇ ନ ଥିବା ଜଣାପଡ଼ିଛି। ଏଭଳିସ୍ଥଳେ ଚିକିତ୍ସାଳୟରୁ ମନଇଚ୍ଛା ମୃତଦେହ ନେଇଯିବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବଘନପୁର ମୃତଦେହକୁ ନେଇଯିବା ପରେ ଯିଏ ଯେତେବେଳେ ପାଇବ ଚିକିତ୍ସାଳୟରୁ ମୃତଦେହ ନେଇ ଯିବେ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ନବଘନପୁର ଗଁାର କୀର୍ତ୍ତନ ବେହେରା କୁହନ୍ତି, ବାପା ପଞ୍ଚୁ(୯୦) ଗୁରୁବାର ସନ୍ଧ୍ୟାରେ ଅସହ୍ୟ ଗୁଳୁଗୁଳି ଯୋଗୁ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ। ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ବାହାରକୁ ନେବା ପାଇଁ କହିଥିଲେ। ଯେଉଁ ଅଟୋରେ ବାପାଙ୍କୁ ଆଣିଥିଲୁ ସେଥିରେ ନେବା ପାଇଁ ଡ୍ରାଇଭର ସହ କଥା ହେଲୁ। ହେଲେ ଅଟୋ ଡ୍ରାଇଭର ମନା କରି ଆମ୍ବୁଲାନ୍ସ ଯୋଗେ ନେବା ପାଇଁ କହିଲେ। ଏପରି କି ଏକ ଅମ୍ବୁଲାନ୍ସ ବୁଝିଦେଇ ୧୮୦୦ ଟଙ୍କାରେ ଦେବା ପାଇଁ କହିଛନ୍ତି ବୋଲି କହିଥିଲେ। ସେହି ସମୟରେ କୀର୍ତ୍ତନଙ୍କ ପୁଅ ଗଁାରୁ ବାଇକ୍‌ ଯୋଗେ ଆସିଥିଲେ। ୧୮୦୦ ଟଙ୍କା କାହିଁ ଦେବୁ ପୁଅ ବାଇକ୍‌ରେ ମୃତଦେହ ନେଇ ଯିବୁ ଭାବି କାହାକୁ ନ ଜଣାଇ ବାଇକ୍‌ରେ ନେଇ ଆସିଲୁ। ଘରକୁ ମୃତଦେହ ଆଣିବା ସମ୍ପର୍କରେ ଚିକିତ୍ସାଳୟର କାହାରିକୁ ଜଣାଇନାହୁଁ। ପୁଣି ନିଜେ ଯାଇ କୌଣସି ଆମ୍ବୁଲାନ୍ସ ସହ ଯୋଗାଯୋଗ କରିନାହୁଁ। ବାଇକ୍‌ରେ ଆଣିବାକୁ ମୋତେ କେହି ପ୍ରବର୍ତ୍ତାଇ ନାହାନ୍ତି ବୋଲି ସେ କହିଛନ୍ତି। ଏ ନେଇ ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରେ ନବଘନପୁରର ବୃଦ୍ଧଙ୍କ ମୃତଦେହ ବାଇକ୍‌ରେ ନେବା ଘଟଣାରେ ତଦନ୍ତ କରାଯାଇଥିଲା। ମୃତକ ପରିବାର ଲୋକ କାହାକୁ ନ ଜଣାଇ ମୃତଦେହକୁ ବାଇକ୍‌ରେ ନେଇ ଯାଇଥିଲେ। ମୃତଦେହକୁ ଆମ୍ବୁଲାନ୍ସରେ ନେବା ସମ୍ପର୍କରେ ପରିବାର ଲୋକ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିନାହାନ୍ତି। ଅନ୍ୟପକ୍ଷେ ମୃତଦେହ ଚିକିତ୍ସାଳୟରୁ ସ୍ଥାନାନ୍ତର ସମ୍ପର୍କରେ ଚିକତ୍ସାଳୟ ମ୍ୟାନେଜର, ହେଲପ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଜାଣି ନାହାନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri