ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଡଙ୍ଗା ପାଣିରେ ଭାସିବା ପରିବର୍ତ୍ତେ ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି। ତେବେ ଏପରି ଚମତ୍କାର କିପରି ଘଟିଲା କିମ୍ବା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
ଭିଡିଓଟି @ Rainmaker1973 ନାମକ ଏକ ‘ଏକ୍ସ’ ପେଜ୍ରେ ଶେୟାର କରାଯାଇଛି। ଏଥିରେ କ୍ୟାପ୍ଶନ ଲେଖାଯାଇଛି, ଡଙ୍ଗାର ଯାଦୁକରି, ବାୟୁରେ ଭାସମାନ ହେବାର କାରଣ ହେଉଛି ଫାଟା ମୋର୍ଗାନା ଇଫେକ୍ଟ। ତେବେ ଏହି ‘ଫାଟା ମୋର୍ଗାନା’ କ’ଣ? ଯେତେବେଳେ ଆମେ ଇଣ୍ଟରନେଟରେ ଉତ୍ତର ଖୋଜାଗଲା ଏ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ସୂଚନା ମିଳିଛି।
ୟୁଟ୍ୟୁବ୍ରେ ସିଏନ୍ଏନ୍ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓରେ କୁହାଯାଇଥିଲା ଯେ, ଏହା ଏକ ପ୍ରକାର ଉନ୍ନତ ମିରାଜ ବା ମୃଗତୃଷ୍ଣା। ଯାହାକୁ ଫାଟା ମାଗୋର୍ନା କୁହାଯାଏ। ସମୁଦ୍ରରେ ଥିବା ଜଳପୃଷ୍ଠରେ ବାୟୁର ତାପମାତ୍ରା କମ୍, ଯେଉଁ କାରଣରୁ ସେଠାରେ ବାୟୁ ଥଣ୍ଡା ହୁଏ, କିନ୍ତୁ ଉଚ୍ଚତା ବଢ଼ିବା ସହିତ ତାପମାତ୍ରା ବୃଦ୍ଧି ହେତୁ ବାୟୁ ଗରମ ହୋଇଯାଏ, ଯେଉଁ କାରଣରୁ ବସ୍ତୁଗୁଡ଼ିକ ଉଡ଼ୁଥିବା ଦେଖାଯାଏ। ବାସ୍ତବରେ ଡଙ୍ଗା ପବନରେ ଉଡୁନାହିଁ, ବରଂ ଏହା ଆଖିର କୌଶଳ, ଯାହାକୁ ଫାଟା ମୋର୍ଗାନା ପ୍ରଭାବ କୁହାଯାଏ। ସମୁଦ୍ରର ଜଳପୃଷ୍ଠରେ ଥିବା ବାୟୁ ଉପର ବାୟୁ ଅପେକ୍ଷା ଶୀତଳ ଅଟେ କାରଣ ଏହା ଜଳ ସହିତ ସଂସ୍ପର୍ଶରେ ଆସିଥାଏ।