Categories: ଜାତୀୟ

ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କ ପାଟିରେ ଦିଆଗଲା ସାନିଟାଇଜର

ୟାଭଟାମାଲ,୨।୨: ମହାରାଷ୍ଟ୍ରର ୟାଭଟାମାଲ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୫ ବର୍ଷରୁ କମ୍‌ ବୟସ୍କ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଭୁଲ୍‌ରେ ସାନିଟାଇଜର ଖାଇବାକୁ ଦିଆଯାଇଛି। ସାନିଟାଇଜର ଖାଇବା ପରେ ଶିଶୁମାନେ ଅସୁସ୍ଥ ହେବା ସହିତ ବାନ୍ତି କରିଥିଲେ। ଏନେଇ ସମ୍ପୃକ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏସମ୍ପର୍କରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକ୍ରିଷ୍ଣ ପାଞ୍ଚାଲ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

Share