୨୮ ପରିବର୍ତ୍ତେ ୨୯ ତାରିଖକୁ ମହରମ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ମହରମ ପର୍ବ ପଡୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର)କୁ ମହରମ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୮ ପରିବର୍ତ୍ତେ ୨୯ତାରିଖ (ଶନିବାର)କୁ ମହରମ ପର୍ବ ନିମନ୍ତେ ଛୁଟି ଘୋଷଣା କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ବ, ମାଜିଷ୍ଟ୍ରେଟ କୋର୍ଟ ଏବଂ ବ୍ୟାଙ୍କ ଆଦି ବନ୍ଦ ରହିବ।

Share