ନୂଆଦିଲ୍ଲୀ, ୯ା୫: ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁରନ୍ତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟିକେଟ ବୁକିଂ ଏବଂ ବିକ୍ରି ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟକୁ ସୋମବାର ନିର୍ଦ୍ଦେଶ ଦେଇଛି। ସୁରକ୍ଷିତ ବିମାନ ସେବା ଯୋଗାଇବାରେ ବିଫଳ ହୋଇଥିବା ଉକ୍ତ ଏୟାରଲାଇନ୍ସକୁ ଡିଜିସିଏ କାରଣ ଦର୍ଶାଅ ନୋଟିସ ପଠାଇଛି। ନୋଟିସର ଜବାବକୁ ଅନୁଧ୍ୟାନ କରି ଗୋ ଫାଷ୍ଟର ଲାଇସେନ୍ସ ରଦ୍ଦ କରାଯିବ କି ନାହିଁ ତାହା ଉପରେ ଡିଜିସିଏ ନିଷ୍ପତ୍ତି ନେବ। ଗତ ୩ ତାରିଖରୁ ଗୋ ଫାଷ୍ଟ ଏହାର ବିମାନ ସେବା ବନ୍ଦ ରଖିଛି।