୬ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବ। ଏହା ପୂର୍ବରୁ ନାମଲେଖା ଆରମ୍ଭ ହେବ। ତେଣୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବୟସ ହୋଇଥିବା ଆବଶ୍ୟକ। ଏହାକୁ ପାଳନ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ଲେଖି ଅବଗତ କରାଯାଇଛି। ନ୍ୟାସନାଲ ଏଜୁକେସନ ପଲିସି, ରାଇଟ ଟୁ ଏଜୁକେସନ ନିୟମାନୁସାରେ ଏହି ନାମଲେଖା ନିୟମକୁ ମାନିବା ପାଇଁ କୁହାଯାଇଛି।

Share