୪ ଘଣ୍ଟାରୁ କମ୍‌ ସମୟ ଅଫିସରେ ରହିଲେ ଛୁଟି ପଡ଼ିବ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ଅର୍ଥ ବିଭାଗ କର୍ମଚାରୀ ମନଇଚ୍ଛା ଅଫିସକୁ ଆସିପାରିବେ ନାହିଁ କିମ୍ବା ଡ୍ୟୁଟିରେ ଖିଲାପ କରିପାରିବେ ନାହିଁ। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କର୍ମଚାରୀଙ୍କୁ ଅତି କମ୍‌ରେ ସାଢେ ୭ ଘଣ୍ଟା କାମ କରିବାକୁ ପଡ଼ିବ। ୪ ଘଣ୍ଟାରୁ କମ୍‌ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ। ସେହିପରି ୪ ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ୍‌ ହେଲେ ହାପ୍‌ ଡେ’ ବୋଲି ଧରାଯିବ। କର୍ମଚାରୀମାନେ ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅର୍ଥାତ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡ଼ିବ। ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ। ଦିନ ୧୦ଟା ସୁଦ୍ଧା କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। ଅଫିସରେ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ। ଏହା ସବୁବେଳେ ଲାଗୁ ହେବନି। କେବଳ ଜରୁରୀ ପରିସ୍ଥିତିରେ ଅଧଘଣ୍ଟା କୋହଳ ମିଳିବ।

Share